ଭୁତ କୋଠିରେ ପରିଣତ ହେଲାଣି ବୌଦ୍ଧ କଲେଜର ପୁରୁଣା କୋଠା

0 466

ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜର ପୁରୁଣା କୋଠା ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠିରେ ପରିଣତ ହେବାକୁ ବସିଛି । ପୂର୍ବରୁ ଏଠାରେ କଲେଜ ଅଧ୍ୟକ୍ଷଙ୍କ ଚେମ୍ବର, ପ୍ରଶାସନିକ କାର୍ଯ୍ୟାଳୟ, ଫି’ ଡିପୋଜିଟ କାଉଣ୍ଟର ସମେତ କେତୋଟି ବିଭାଗର ଅନର୍ସ କ୍ଲାସ ମଧ୍ୟ ହୋଇ ଆସୁଥିଲା । ୨/୩ ବର୍ଷ ତଳେ ଝଡବାତ୍ୟାରେ କିଛି ଆଜବେଷ୍ଟସ ଭାଙ୍ଗିଯିବାପରେ ପ୍ରଶାସନିକ କାର୍ଯ୍ୟାଳୟ ଏଠାରୁ ଉଠାଇନେଇ ନବନିର୍ମିତ ଆଦିବାସୀ ହରିଜନ ବାଳିକା ଛାତ୍ରାବାସ କୋଠାରେ ଆରମ୍ଭ କରାଗଲା । ଏହାପରେ ଏହି ପୁରୁଣା କୋଠାକୁ ଆଡଆଖିରେ ବି ଚାହିଁଲେ ନାହିଁ କଲେଜ କର୍ତ୍ତୃପକ୍ଷ । ପୂର୍ତ୍ତବିଭାଗ ଜରିଆରେ ୩ବଖରା ଘରର ମରାମତି କରାଯାଇ ନୂଆଁ ଆଜବେଷ୍ଟସ ଛାତ କରାଯାଇଥିଲେ ମଧ୍ୟ ପ୍ରାୟ ବାକି ୫ ବଖରା ଘରକୁ ସେମିତି ଦୟନୀୟ ଅବସ୍ଥାରେ ପକାଇ ଦିଆଗଲା । ଭଙ୍ଗା ଆଜବେଷ୍ଟସ ଛାତରୁ ପାଣି ଗଳି ଘରର ଚଟାଣ ମାନଙ୍କରେ ଗଛପତ୍ର ଉଠିଲାଣି । କାଠର ଝରକା କବାଟ ଓ ଆଜବେଷ୍ଟସ ଆଦି ଲୋକମାନେ କାଢିନେଇ ସାରିଲେଣି କିନ୍ତୁ ଏ ଦିଗରେ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଏଯାଏଁ ପଡିପାରିନାହିଁ । କାର୍ଯ୍ୟାଳୟ ପରିସରରେ ଘାସ ଓ ଅନାବନା ଗଛ ଉଠି ଗୋଟିଏ ଭୁତକୋଠି ଭଳି ପ୍ରତୀୟମାନ ହେଉଛି ।
କିଛିଦିନ ପାଇଁ ହଷ୍ଟେଲ କୋଠାକୁ ପ୍ରଶାସନିକ କାର୍ଯ୍ୟାଳୟ ଉଠିଯାଇଥିବା ଯୋଗୁଁ ଆଜବେଷ୍ଟସ ଘରକୁ ଫେରିବାକୁ କଲେଜ କର୍ତ୍ତୃପକ୍ଷଙ୍କ ଇଚ୍ଛାନଥିବା ଆଲୋଚନା ହେଉଛି । ସେଥିପାଇଁ ସେମାନେ ସାମାନ୍ୟ ମରାମତି ନକରି ପୁୁରୁଣାକୋଠାକୁ ଭୁତକୋଠିରେ ପରିଣତ ହେବାକୁ ଛାଡି ଦେଇଥିବା ଅଭିଯୋଗ ହୁଏ । ଆଦିବାସୀ ହରିଜନ ଛାତ୍ରୀ ହଷ୍ଟେଲକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ଏଭଳି କାର୍ଯ୍ୟକୁ ଅଭିଭାବକ ମହଲରେ ନାପସନ୍ଦ କରାଯାଉଛି । କଲେଜ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ବିଶେଷ ଭାବରେ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nine + 14 =