ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬, ସୁସ୍ଥ ହେଲେ ୩

0 122

ସୋନପୁର : ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକ ରୁ କରୋନା ପଜିଟିଭଙ୍କ ସଂଖ୍ୟା ୧୬ରେ ପହଞ୍ଚିବା ଯୋଗୁଁ ଜନସାଧାରଣରେ ଏକ ଉଦବେଗର ବାତାବରଣ ସୃଷ୍ଟି ହୋଇଛି । ତେବେ ଗତକାଲି ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସ୍ପଷ୍ଟ କରିବା ପରେ ସାଧାରଣରେ କିଛି ଆଶ୍ୱସ୍ତି ପ୍ରକାଶ ପାଇଛି । ପଜିଟିଭ ଗୋଟିଏ ସପ୍ତାହ ରେ ୮ଥିବାବେଳେ ଗତକାଲି ଗୋଟିଏ ଦିନରେ ୮ ସଂକ୍ରମିତ ହୋଇଥିବା ଘଟଣାରେ ଲୋକଙ୍କ ମନରେ ଭୟ ଜାତ ହେବା ସ୍ୱାଭାବିକ ହୋଇଥିଲେ ହେଁ ଜିଲ୍ଲାପାଳ ମୋନିଷା ବାନାର୍ଜୀ କୋରନାକୁ କୌଣସି ଭୟ ନକରି ଏହାର ଦୃଢ ମୁକାବିଲା ପାଇଁ କେବଳ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ବିନିକା ବ୍ଲକ ର ସିଲାଟି ଅଂଚଳରୁ ୫ଜଣ ରହିଥିବା ବେଳେ ଏମାନଙ୍କ ବୟସ ୧୯ ରୁ ୨୦ ଓ ଏମାନଙ୍କ ମଧ୍ୟରୁ ୨ଜଣ ତାମିଲନାଡୁ ଓ ୩ ଜଣ ଗୁଜରାଟ ଫେରନ୍ତା ବୋଲି ଜଣାପଡିଛି । ତେବେ କିଛି ଜଣଙ୍କୁ ଅସ୍ଥାୟୀ ସଙ୍ଗରୋଧକେନ୍ଦ୍ରରୁ ଛାଡି ଦେବାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଘଟଣା ଯୋଗୁଁ ପରେ ତାଙ୍କୁ ନିଜଘରେ ସଙ୍ଗରୋଧରେ ରଖି ଥିବା ଜଣାଯାଇଛି । ତେବେ ଉଲୁଣ୍ଡା ବ୍ଲକର ପ୍ରଥମ ପଜିଟିଭ କୋଟ ସମଲାଇ ପଂଚାୟତ ର ଜଣେ ୨୭ବର୍ଷୀୟ ଅଙ୍ଗନବାଡି କର୍ମୀଙ୍କ ଦେହରେ କରୋନା ପଜିଟିଭ ବାହାରିବା ପରେ ସମ୍ପୃକ୍ତ ଅଂଚଳରେ ଭୟ ଓ ଆତଙ୍କ ଖେଳି ଯାଇଛି । ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ନିଜଘରେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ପରେ ସମ୍ପୃକ୍ତ ପଂଚାୟତ ଅଂଚଳରେ ଘୋର ଅସନ୍ତୋଷ ଦେଖାଦେଇଛି । ସଂପୃକ୍ତ ଅଙ୍ଗନବାଡି କର୍ମୀ ଜଣକ ପ୍ରାୟ୯୫ଜଣଙ୍କ ସଂସ୍ପର୍ଶରେ ଆସିବା ସହ ବିଭିନ୍ନ ସରକାରୀ ବୈଠକରେ ଯୋଗଦେଇଥିବା ଯୋଗୁଁ ସଂଙ୍କ୍ରମଣ ର ଆଶଙ୍କାକୁ ଦୃଷ୍ଟିରେ ରଖି ତାଙ୍କୁ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବାକୁ ସ୍ଥାନୀୟ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡିଲି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼, ଦିଲ୍ଲୀପ କୁମାର ପଣ୍ଡାଙ୍କ କହିଛନ୍ତି ଯେ ଯେହେତୁ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କ କୌଣସି ଲକ୍ଷଣ ନଥିବା ଯୋଗୁଁ ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯିବାର ଆବଶ୍ୟକତା ନାହିଁ ତେବେ ତାଙ୍କୁ ଘରୁ ବାହାରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥିପାଇଁ କେହି ଅଯଥା ଭୟ ନକରି ନିଜେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଜିଲ୍ଲାରେ ଗୋଟିଏ ଦିନରେ ୮ଜଣ ଙ୍କ ଆକ୍ରାନ୍ତ ରିପୋର୍ଟ ପରେ ସଂପୃକ୍ତ ଗ୍ରାମ ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ମାନେ ପହଞ୍ଚି ଆକ୍ରାନ୍ତ ଙ୍କ ଆଖପାଖ ଅଂଚଳରେ ବିଭିନ୍ନ ଘରଘର ବୁଲି ବିଭିନ୍ନ ବ୍ୟକ୍ତିଙ୍କ ଲକ୍ଷଣ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ସହ ସଙ୍କ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଚଳ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

8 − one =