ସୋନପୁର : ଗତକାଲି ଶୀତଳଷଷ୍ଠୀ ଅବସରରେ ବିଳମ୍ବିତ ରାତିରେ ସୁବର୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ଲକଡାଉନ୍ ପ୍ରକ୍ରିୟା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ପାଳନ ସହ ବିନା ଆଡ଼ମ୍ବରରେ ଢେରାପଡ଼। ସ୍ଥିତ ହିମାଦ୍ରୀନଗର ରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ପାଇଁ କନ୍ୟା ପିତା ମାତା ଭାବେ ଢେରାପଡା ର ବି,ନାଗେଶ୍ୱର ରାଓ ଓ ବି, ଡିଲେଶ୍ୱରୀ ଦାୟିତ୍ୱ ତୁଳାଇଥିବାବେଳେ ବର ପିତାମାତା ଭାବେ ପ୍ରକାଶ ରଥ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରକାଶ ଯୋଗ୍ୟଯେ ବାବା ଚନ୍ଦ୍ରଶେଖରଙ୍କ ଭାବେ ୧୦୮ଭରି ସୁବର୍ଣ୍ଣରେ ନିର୍ମିତ ନାଗ ଚଳିତ ବର୍ଷ ମଧ୍ୟ ଜିଲ୍ଲା କୋଷାଗାରରୁ ଆସିଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିତରେ ଏକ ଅପୂର୍ବ ଆଗ୍ରହ ପରିଲକ୍ଷିତ ହୋଇଛି। ଆଜି ମଧ୍ୟ ଦେଵଦମ୍ପତ୍ତି ବିବାହ ବେଦିରେ ଦର୍ଶନ ଦେଇଥିବା ବେଳେ ମଧ୍ୟରାତ୍ରରେ ବରପିତା ଙ୍କ ବାସଭବନ ଓ ପରେ ସ୍ୱ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେବାୟତଙ୍କ ସୁତ୍ରରୁ ପ୍ରକାଶ।