ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢୀ ନିଲାମ ନେଲେ ଓଡିଆ ଝିଅ

0 235

ଭୁବନେଶ୍ୱର : ବଲିଉଡ ତାରକା ବିଦ୍ୟା ବାଲନ ଫିଲ୍ମ ସକୁନ୍ତଳା ଦେବୀରେ ପରିଧାନ କରିଥିବା ସମ୍ବଲପୁର ଶାଢୀର ନିଲାମ ହୋଇଛି । ଏହାକୁ ନିଲାମରେ କିଣିଛନ୍ତି ଗୌହାଟୀ ଆଇଆଇଟିରେ ଅଧ୍ୟାୟନରତା ଭଦ୍ରକର ଓଡିଆ ଝିଅ ଦେବାଂଶୀ ମିଶ୍ର । ଦେବାଂଶୀ ୫୫ହଜାର ଟଙ୍କାରେ ଏହି ଶାଢୀକୁ କିଣିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉତ୍କଳ ଅମ୍ରିତା ପକ୍ଷରୁ ଏହି ଶାଢୀର ଅନଲାଇନ ନିଲାମ କରାଯାଇଥିଲା । ନିଲାମରୁ ମିଳିଥିବା ସମସ୍ତ ଟଙ୍କାକୁ ଶାଢୀର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଗୌହାଟୀ ଅଧ୍ୟାୟନରତ ଦେବାଂଶୀ କହିଛନ୍ତି ଯେହେତୁ ବିଦ୍ୟା ବାଲନ ଗଣିତ ଶାଢୀ ପରିଧାନ କରିଥିଲେ ଏବଂ ତାଙ୍କର ଗଣିତ ବିଷୟ ସବୁଠାରୁ ପ୍ରିୟ । ଏହାକୁ ସ୍ମରଣ କରିବା ପାଇଁ ସେ ଏହି ଶାଢୀକୁ ନିଲାମରେ କିଣିଥିଲେ । ଯାହା ତାଙ୍କ ପାଇଁ ସ୍ମୃତି ହୋଇ ରହିବ । ପ୍ରକାଶଥାଉକି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ପିନ୍ଧିଥିବା ଏହି ଶାଢୀ ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢୀ ଭାବରେ ପରିଚିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

14 − 3 =