ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

0 21

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କାଉନ୍ସେଲିଂ ଓ ୱେଲ୍ନେସ୍ ସେଣ୍ଟର୍, ଇଣ୍ଟର୍ନାଲ୍ କ୍ୱାଲିଟୀ ଆସ୍ୱୋରାନ୍ସ୍ ସେଲ୍, ଥିଓସଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ଓ ମନମ୍ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ’ ଓରିଏଣ୍ଟେଶନ ପ୍ରୋଗ୍ରାମ ଅନପ୍ରମୋଟିଂ ୱେଲ୍ନେସ୍’ ଶୀର୍ଷକ ଏକ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l କୁଳପତି ପ୍ରଫେସର ଚୌଧୁରୀ ଉନ୍ନତ ମାନର ଉଚ୍ଚଶିକ୍ଷା ନିମନ୍ତେ ଶିକ୍ଷକ ଓ ଛାତ୍ର ସମାଜର ମାନସିକ ସ୍ୱାସ୍ଥ୍ୟ ସଂରକ୍ଷଣ ମୂଳ କଥା ବୋଲି ଦର୍ଶାଇଥିଲେ l କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ ଏଵଂ କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ରଙ୍କ ସମେତ ସହଯୋଗୀ ଅନୁଷ୍ଠାନର ସମ୍ପାଦକ ଡ କୃଷ୍ଣ ପ୍ରସାଦ ପାଢ଼ୀ ଓ ନିର୍ଦ୍ଦେଶିକା ଡ ଅନୁରାଧା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଫେସର ସସ୍ମିତା ମହାନ୍ତି ସ୍ଵାଗତ ଅଭିଭାଷଣ ଓ ଡ ସାୟଂତନୀ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

eight + 20 =