ସ୍ବର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ବାଗତ

0 79

ପୁରୀ ୫।୧୧: ସ୍ବର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ବାଗତ କରାଯାଇଛି । ଏହି ମଶାଲ ଠିକ ସକାଳ ୮ ଘଟିକା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି.ରାମାସ୍ବାମୀ ପ୍ରମୁଖ ପାଛୋଟି ନେଇଥିଲେ । ଭାରତୀୟ ଯବାନ ମାନଙ୍କ ବୀରତ୍ବ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ । ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ବେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ବବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ବ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅବସାରପ୍ରାପ୍ତ କର୍ଣ୍ଣେଲ ଶ୍ରୀ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ବାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିସହ ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନାପକ୍ଷରୁ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି । ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ଆଜି ଆସି ପୁରୀରେ ପହଞ୍ଚିଛି ।

hiring

ପ୍ରାରମ୍ଭରେ ଅତିଥି ମାନେ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବ୍ଲୁ ଫ୍ଲାଗ ବେଳାଭୂମିରେ ନିର୍ମିତ ବାଲୁକା କଳା ଦେଖିଥିଲେ । ଦଶଭୂଜା ଗୋଟିପୁଆ ଓ ଓଡିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅତିଥି ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଏହି ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟ ପରିସରରେ ସ୍ବାଗତ କରାଯାଇଥଲା । ଅଧ୍ୟକ୍ଷା ଡଃ ସୁଜାତା ମିଶ୍ରଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଏନସିସି, ରେଡକ୍ରସ ଓ ଏନଏସଏସ ସ୍ବେଚ୍ଛାସେବୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

2 + fifteen =