ଶୋଭାପାବଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା

0 97

ବାଉଁଶୁଣି,୫/୧୧- ବୌଦ୍ଧଜିଲ୍ଲା ମନୁପାଲି ପଞ୍ଚାୟତ ଶୋଭାପାବଲି ଗ୍ରାମ ନିକଟସ୍ଥ ବଡ଼ପାବଲି ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପୂଜାରେ ଅଯତ୍ନ ପୋଢ଼ ଓ ତାଙ୍କ ପତ୍ନୀ ସୀତା ପୋଢ଼ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ନବକିଶୋର ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଗୋମାତା ପୂଜନ ଓ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା । ପାରାୟଣରେ ରାଜେଶ ଦାଶ ବ୍ୟାସ ରହିଥିଲେ । ରାଧାକୃଷ୍ଣ ମନ୍ଦିରର ମହନ୍ତ ଜଗନ୍ନାଥ ବାବାଙ୍କ ତତ୍ୱାବଧାନରେ ସମସ୍ତ ଗ୍ରାମବାସୀ ପୂଜା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

one × three =