ନବରଙ୍ଗପୁର ପାଇଁ ଗର୍ବ ଐଶ୍ୱରୟନ ପିଲାଇ

0 83

ନବରଙ୍ଗପୁର,୫/୧୧- ସର୍ବଭାରତୀୟ ଫୁଟବଲ ଫେଡରସନ ତରଫରୁ ନବରଙ୍ଗପୁର ସହରର ଚାଉଁରିଆଗୁଡା ନିବାସୀ ଐଶ୍ୱରୟନ ପିଲାଇଙ୍କୁ ଭାରତୀୟ ଷୋହଳ ବର୍ଷରୁ କମ ଫୁଟବଲ ଦଳର ମ୍ୟାନେଜର ଭାବେ ମନୋନୀତ କରାଯାଇଛି । ସୂଚନାଯୋଗ୍ୟ ଯେ ଶ୍ରୀ ପିଲାଇ ଏଥିପୂର୍ବରୁ ଇଣ୍ଡିଆନ ସୁପର ଲିଗର କୋଚ ଏବଂ ଇଣ୍ଡିଆନ ଉମେନ୍ସ ଲିଗ ଟୁର୍ଣ୍ଣାମେଣ୍ଟ ର ମଧ୍ୟ କୋଚ ଦାଇତ୍ୱ ତୁଲାଇସାରିଛନ୍ତି । ଏହି ଖବର ପ୍ରସାରିତ ହେବା ମାତ୍ରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ.ବାଲାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଏହା ଆମ ସଙ୍ଘ ଓ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଏବଂ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରୁ ଜଣେ କ୍ରୀଡ଼ାବିତ ଏହି ସଫଳତା ହାସଲ କରିଥିବାରୁ ଜିଲ୍ଲାର ସମସ୍ତ କ୍ରୀଡ଼ାବିତମାନେ ଖୁସି ପ୍ରକଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =