ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

0 16

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ମହାବିଦ୍ୟାଳୟର ଅଧ୍ୟକ୍ଷ।, ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନେ ବିଦାୟୀ ଅଧ୍ୟାପିକା ଶ୍ରୀମତି ପଣ୍ଡାଙ୍କ ଅଧ୍ୟାପନା ଅନୁଭୂତିର ସ୍ମୃତିଚାରଣ କରିଥିଲେ। ସଭାରେ ଅଧ୍ୟକ୍ଷତା କରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଶ୍ରୀମତି ପଣ୍ଡାଙ୍କ ସହିତ ଜଡ଼ିତ ସହକର୍ମୀର ଅନୁଭୂତି ବଖାଣିବାକୁ ଯାଇ ସେ ଜଣେ ଛାତ୍ରୀବତ୍ସଳା, ଅମାୟିକା ପରୋପକାରୀ, ସମାୟାନୁବର୍ତ୍ତା, ଶୃଙ୍ଖଳିତ ସହଭାଗିତା ସହନଶୀଳ। ବ୍ୟକ୍ତିତ୍ବ ଥିଲେ।ଛାତ୍ରୀମାନେ ଶ୍ରୀମତି ପଣ୍ଡାଙ୍କ ଅଧ୍ୟାପନା ଶୈଳୀ ଓ ବାଗ୍ନିତା ଦ୍ବାରା ଉପକୃତ ହୋଇପାରିଛନ୍ତି କହିଥିଲେ। ବିଦାୟୀ ଅଧ୍ୟାପିକା ଶ୍ରୀମତି ସୌଦାମିନୀ ପଣ୍ଡାଙ୍କୁ ଉପଢୌକନ ମାନପତ୍ର ସ୍ମାରକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

hiranchal ad1
Leave A Reply

Your email address will not be published.

eight − seven =