ଦାରିଙ୍ଗବାଡି ଅଂଚଳରେ ଚୋର ଦେଶୀ ମଦ କାରବାର ବୃଦ୍ଧି : ଅବକାରୀ ବିଭାଗ ଚୁପ,ତାତିଲେ ଯୁବକ ଓ ନାରୀ ସଂଘ

0 130

ଦାରିଙ୍ଗବାଡି : କରୋନା ଭଳି ଏକ ମହାମାରୀ ସମୟରେ ଦାରିଙ୍ଗବାଡି ଅଂଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚୋରା ଦେଶୀ ମଦ କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ଯୁବକ ସଂଘ ଓ ନାରୀ ସଂଘ ମାନେ ମଦ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । କରୋନା ପାଇଁ ଲୋକେ ଦୁଇ ମୁଠା ଖାଇବାକୁ ଠିକଭାବେ ନପାଇବା ବେଳେ ଘରର ମୁରବି ମଦ ପିଇ ଘରେ ଉତ୍ପାତ କରୁଥିବା ନାରୀସଂଘ ସଦସ୍ୟା ମାନେ ଅଭିଯୋଗ କରିଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ନେଇ ବଜାରରେ କିମ୍ବା ମଦ ଘରେ ବିକ୍ରୟ କରି ମଦ ପିଉଛନ୍ତି ଘରର ମୁରବି । ଏଭଳି ହେବା ଦ୍ୱାରା ପରିବାର ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ଚୋରା ଦେଶୀମଦ କାରବାର ଦିନ କୁ ଦିନ ଅଂଚଳରେ ବୃଦ୍ଧି ପାଉଥିବା ବେଳେ ନିରୀହ ଗରିବ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଛି । କିନ୍ତୁ ଅବକାରୀ ବିଭାଗ ସବୁଜାଣି ମଦ ବେପାର କୁ ପ୍ରସୟ ଦେଉଥିବା ବେଳେ ମଦ ବନ୍ଦ କରିବାକୁ ଆଗେଇ ଆସିଛନ୍ତି ଉଭୟ ମହିଳା ଓ ଯୁବକ ସଂଘ । କିରୀକୁଟି ପଂଚାୟତ ଅନ୍ତର୍ଗତ ପାଙ୍ଗାଲମାହା ଗ୍ରାମରେ ଚୋର ଦେଶୀ ମଦ କାରବାର ରୋକିବା ପାଇଁ ୧୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ର ଶତାଧିକ ସଦସ୍ୟା ସହ ଯୁବକ ମାନେ ଗାଁରେ ମଦ ବିକ୍ରୟ କରୁଥିବା ଘରକୁ ଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦ ମଧ୍ୟ ଜବତ କରିଛନ୍ତି । ମଦ ଜବତ ର କରିବାର ୭ଦିନ ପୂର୍ବରୁ ମଦ ବିକ୍ରୟ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଥିଲେ ସୁଦ୍ଧା ମଦ ବନ୍ଦ କରିନଥିଲେ ବିକ୍ରୟକାରୀ । ଶେଷରେ ବାଧ୍ୟ ହୋଇ ସଂଘ ମଦ ଧରିବାକୁ ବାଧ୍ୟ ହୋଇଥିବା ସଂଘର ସଦସ୍ୟା ଜିନିମା ନାୟକ, ସଂଯୁକ୍ତା ପ୍ରଧାନ, ମାଳତୀ ପ୍ରଧାନ, ଯିମନ୍ତି ପ୍ରଧାନ, ଆନନ୍ତି ପ୍ରଧାନ, ସବିତା ପ୍ରଧାନ, ପୁଷ୍ପା ପ୍ରଧାନ, ୱାର୍ଡମେମ୍ବର ମିକଲା ପ୍ରଧାନ ଓ ସବଜିନି ପ୍ରଧାନ,କିରୀକୁଟି ସମିତିସଭ୍ୟା ବିନୁରି ପ୍ରଧାନ ଯୁବକ ସଂଘର ସଦସ୍ୟ ମଳୟରଞ୍ଜନ ପ୍ରଧାନ, ଅକ୍ଷୟ ପ୍ରଧାନ, ଅନନ୍ତ ପ୍ରଧାନ,ସୁମନ୍ତ ପ୍ରଧାନ, ଦେବରଞ୍ଜନ ପ୍ରଧାନ,ଏମରାଜ ପ୍ରଧାନ, ଆମୋଶ ପ୍ରଧାନ, ଭରତ ପ୍ରଧାନଅଭିଯୋଗ କରିଛନ୍ତି । ଏପରିକି ଅବକାରୀ ନିଜର କାର୍ଯ୍ୟ ସଠିକ ଭାବେ କରୁନଥିବା ଯୋଗୁଁ ଆଜି ଚୋରା କାରବାର ମଦ ବିକ୍ରୟ ବୃଦ୍ଧି ହୋଇ ପରିବାର ମଧ୍ୟରେ ଗଣ୍ଡଗୋଳ ବୃଦ୍ଧି ପାଇ ପରିବାରର ହସଖୁସି ସଂମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡୁଥିବା ମଧ୍ୟ ସଂଘ ଅଭିଯୋଗ କରିଛି । ଅଂଚଳରେ ମଦ ବନ୍ଦ କରିବା ପାଇଁ ବାରମ୍ଭାର ଜିଲ୍ଲା ପ୍ରଶାସନକୁ ମହିଳା ମହାସଂଘ ବାରମ୍ବାର ଅଭିଯୋଗ କରିଥିଲେ ଆଜି ପର୍ଯ୍ୟନ୍ତ ଅଂଚଳରେ ମଦ ବନ୍ଦ ହେଉନଥିବା ବେଳେ ବିକ୍ରୟକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

hiranchal ad1
Leave A Reply

Your email address will not be published.

8 + 5 =