ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ

0 22

କନ୍ଧମାଳ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ସୋମବାର ଦିନ ଚକାପାଦକୁ ଆସୁଥିବା କାଉଁରିଆ ଭକ୍ତଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ମନ୍ଦିର ସଫେଇ କାର୍ଯ୍ୟ କରି ଆସୁଅଛି ଏବଂ ଏହି ବର୍ଷ ମଧ୍ୟ ଏବିଭିପି ତାର ସଫେଇ ଏବଂ ସେବାକାର୍ଯ୍ୟ ସମସ୍ତ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କ୍ରମେ ସୂଚାର ରୂପେ ସମ୍ପୂର୍ଣ୍ଣ କରି ହଜାର ହଜାର ସଂଖ୍ୟାରେ ଆସିଥିବା କାଉଁରିଆଙ୍କୁ ସେବା ଯୋଗାଇବାରେ ସଫଳ ହୋଇଥିଲା । ଏଥିରେ ଗଞ୍ଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ, କନ୍ଧମାଳ ଜିଲ୍ଲା ସହ ସଂଯୋଜକ ଆଶୁତୋଷ ବେହେରା, ଗଞ୍ଜାମ ବିଭାଗ ଆର୍ କେ ଏମ୍ ସଂଯୋଜକ ତ୍ରିଲୋଚନ ଗଣ୍ଡା, ଟିକାବାଲି ନଗର ସୋସିଆଲ ମିଡ଼ିଆ ସଂଯୋଜକ ଆଲୋକ ସାହୁ, ଛାତ୍ରୀ କାର୍ଯ୍ୟକର୍ତ୍ତା ସୁନେଖା କହଁର, ଆଳିଷା ମଲ୍ଲିକ, ରାଜଲକ୍ଷ୍ମୀ ପ୍ରଧାନ ଓ କନ୍ଧମାଳ ଜିଲ୍ଲା ପୂର୍ବତନ କନ୍ଧମାଳ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଡାକୁଆ, ଜ୍ଞାନ ରଞ୍ଜନ ଦାଶ ପ୍ରମୁଖ କାଯ୍ୟକର୍ତ୍ତା ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିବା ସହ ସେବା କାର୍ଯ୍ୟକୁ ସଫଳ କରିବାରେ ସହାୟକ ହୋଇଥିଲେ ଏଵଂ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ସମନ୍ୟୟ ରଖିବାରେ ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ ଦାୟିତ୍ଵ ବହନ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − seven =