ଭାରସାମ୍ୟ ହରାଇ ୧୫ଫୁଟ ଖାଲକୁ ଖସିଲା କାର୍‌; ଜଣେ ମୃତ, ଡ୍ରାଇଭର ସମେତ ୪ ଜଣ ଗୁରୁତର

0 506

ବାଲିଗୁଡ଼ା: ଭାରସାମ୍ୟ ହରାଇ ୧୫ ଫୁଟ ପୋଲ ତଳକୁ ଖସିଲା କାର୍‌ । ଏଥିରେ ଜଣକ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଆଜି ସକାଳେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପଦାସାହି ଅଞ୍ଚଳର ଅଶୋକ ବେହେରାଙ୍କ ପରିବାର ଭଞ୍ଜନଗରରୁ ଏକ ସ୍ୱିଫ୍ଟ କାର୍‌ ଯୋଗେ ନିଜ ଗାଁ ସାରଙ୍ଗଡକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ସାରଙ୍ଗଡ଼ ଥାନା ବନାଙ୍ଗିଆ ଡ୍ୟାମ୍‌ ନିକଟସ୍ଥ ଏକ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ କାରରେ ଥିବା ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

12 − 7 =