ଓଏସ୍‌ଆରଟିସି ବସକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ ଓ ୩୦ ଯାତ୍ରୀ

0 426

ହରଭଙ୍ଗା :ଛିଡା ହୋଇଥିବା ଓଏସ୍‌ଆରଟିସି ବସକୁ ପଛରୁ ଧକ୍କା ଦେଲା ଦ୍ରୁତ ଗାମୀ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ଯାତ୍ରୀ । ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ ବ୍ରହ୍ମପୁର ରୁ ଝାରସୁଗୁଡ଼ା ଯାଉଥିବା ବସ ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ସମ୍ମୁଖରେ କୌଣସି କାରଣରୁ ଅଟକି ଥିଲା ବେଳେ ସମାନ ଦିଗରୁ ଆସୁଥିବା ଦ୍ରୁତ ଗାମୀ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା । ଫଳରେ ବସର ପଛ ପାଖ କାଚ ଭାଙ୍ଗିବା ସହିତ ଟ୍ରକର ସମ୍ମୁଖ ଭାଗ ନଷ୍ଟ ହୋଇଛି ଓ ଏହି ଦୁର୍ଘଟଣାରେ ବସର ୩ ଜଣ ଯାତ୍ରୀଙ୍କ ସମତେ ଟ୍ରକ ଚାଳକ ଆହତ ହୋଇଥିଲା । ଚାରିଛକ ଦମକଳ ବହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପୁରୁଣାକଟକ ପୋଲିସ ପହଂଚି ଚାଳକକୁ ଅଟକ ରଖି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ସ୍ଥାନକୁ ପଠାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

18 − nine =