ଓଡିଶାରେ କାୟା ମେଲାଉଛି ଓମିକ୍ରନ, ପୁଣି ୪ ସଂକ୍ରମିତ ଚିହ୍ନଟ

0 107

 ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ପୁଣି ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୮କୁ ବୃଦ୍ଧି ପାଇଛି । 

ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଓ ୨ ଜଣ ୟୁଏଇରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଗଲେଣି। ନାଇଜେରିଆରୁ ଯେଉଁ ଦୁଇ ଜଣ ଫେରିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସମସ୍ତେ ନେଗେଟିଭ ବାହାରିଛନ୍ତି। ସେହିଭଳି ୟୁଏଇ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି RT-PCR ଟେଷ୍ଟ ପାଇଁ ପଠାଯାଇଛି।

hiring

ରାଜ୍ୟରେ ପ୍ରଥମେ ୨୧ ତାରିଖରେ ୨ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଆଉ ଜଣେ କତାରୁ ଫେରିଥିଲେ । ଏହାପରେ ୨୩ ତାରିଖରେ ଆଉ ୨ ଜଣ ଚିହ୍ନଟ ହୋଇଥିଲେ । ଉଭୟ ନାଇଜେରିଆରୁ ଫେରିଥିଲେ ।  ଆଗାମୀ ଦିନରେ ନୂତନ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଜମିବାର ରହିଛି । ଏଠାରୁ ମଧ୍ୟ ସଂକ୍ରମଣ ବଢିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଅନ୍ୟପକ୍ଷରେ ଓମିକ୍ରନ୍‌କୁ ନେଇ ଡ଼ର ବଢୁଥିବା ବେଳେ କରୋନା ସଂକ୍ରମଣ କମିବା ଆଶ୍ୱସ୍ତି ଦେଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୮୮୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୮୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୩୭୮୨ ଜଣ ସୁସ୍ଥ ହୋଇଛନ୍ତି । 

hiranchal ad1
Leave A Reply

Your email address will not be published.

15 − nine =