ଅସହାୟ ବୃଦ୍ଧାଙ୍କ ସହାୟତାର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

0 211

ଆଠମଲ୍ଲିକ : ଦେଶ ତଥା ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଗରିବ, ଅସହାୟ, ଦିନ ମଜୁରିଆ ବର୍ଗର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ, ସଟଡାଉନକୁ ଖାତିର ନକରି କିଆକଟା ଆଞ୍ଚଳିକ ସେବା ସଂସଦ ନିଜର ସେବା କାର୍ଯ୍ୟ ଜାରି ରଖିଛି । ସୋସିଆଲ ମିଡିଆରୁ ଖବର ପାଇଁ ଆଜି ହେଲେଇ ଗ୍ରାମର ଅସହାୟ ବିଧବା ବୃଦ୍ଧା ଗୁରୁବାରୀ ନାୟକଙ୍କୁ ସେବା ସଂସଦର କର୍ମକର୍ତ୍ତା ଭେଟିଥିଲେ ।

hiring

ଏହି ଅବସରରେ ସେବା ସଂସଦ ପକ୍ଷରୁ ସଂପୃକ୍ତ ବୃଦ୍ଧାଙ୍କୁ କିଛି ରାସନ ସାମଗ୍ରୀ, ପିନ୍ଧିବା ପାଇଁ ବସ୍ତ୍ର ଓ କିଛି ଟଙ୍କା ସାହାଯ୍ୟ କରାଯାଇଛି । ସେହିପରି ବୃଦ୍ଧ ମହିଳାଙ୍କ ନିଜସ୍ୱ ଘର ନଥିବାରୁ ଅନ୍ୟ ଜଣକଙ୍କର ଏକ ଗୁହାଳରେ ବସବାସ କରୁଥିବା ସଂସଦର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଆଠମଲ୍ଲିକ ବିଡିଓଙ୍କୁ ସେବା ସଂସଦ ପକ୍ଷରୁ ଜଣାଇ ଦିଆଯାଇଛି । ଏହି ଅବସରରେ ସଂପୃକ୍ତ ମହିଳାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବାକୁ ସଂସଦ ପକ୍ଷରୁ ଦାବି କରାଯାଇଛି ।

ଏହି ସେବା କାର୍ଯ୍ୟକ୍ରମରେ ସମ୍ପାଦକ ସୁମନ୍ତ ପ୍ରଧାନ, କୋଷାଧକ୍ଷ ପ୍ରତାପ ଚନ୍ଦ୍ର କର୍ଣ୍ଣ ,ସରୋଜ କୁମାର ପ୍ରଧାନ ,ନୀଳାଚଳ ପ୍ରଧାନ, ରୋମଣୀ ରଞ୍ଜନ ବାରିକ ,ଲିକୁନ ଦାଶ ଓ ସମ୍ବିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − eight =