ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ

0 88

ମୁମ୍ବାଇ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୮ରେ ଫଇସଲା ସଂରକ୍ଷଣ କରିବା ପରେ ଜଷ୍ଟିସ ଏମଏସ କର୍ନିକ ଏହି ରାୟ ଶୁଣାଇଛନ୍ତି।

hiring

ପ୍ରାୟ୧୩ ମାସ ନ୍ୟାୟିକ ହେପାଜତରେ ରହିବା ପରେ ଦେଶମୁଖ ବର୍ତ୍ତମାନ ଜେଲରୁ ମୁକୁଳିବେ। ତେବେ ଏବେ ୧୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବେ ।ସମାନ ଅଭିଯୋଗରୁ ଆସିଥିବା ଦୁଇଟି ଅନୁସନ୍ଧାନରେ ଦେଶମୁଖ ଜଡିତ ଅଛନ୍ତି। ଗୋଟିଏ ଦୁର୍ନୀତି ଅପରାଧ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଅନ୍ୟଟି ଅର୍ଥ ହେରଫେର ଅପରାଧ ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଯାଞ୍ଚ୍‌ ହେଉଛି। ତେବେ ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କୁ ଅକ୍ଟୋବର ୪ ରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ସିବିଆଇ ମାମଲାରେ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଜାମିନ ନାମଞ୍ଜୁର କରିଥିଲେ। ସେ ଏହା ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

hiranchal ad1
Leave A Reply

Your email address will not be published.

4 × two =