ଗଞ୍ଜାମ : ଅନୀଲ ନାୟକ ସୋସିଆଲ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଧନମେରା ସାହି ସ୍ଥିତ ପୂର୍ବତନ କର୍ପୋରେଟର ଅନୀଲ ନାୟକଙ୍କ ବାସଗୃହ ଠାରେ ୱାର୍ଡ ନଂ ୪ରେ କାର୍ଯ୍ୟରତ ୧୦୦ଜଣ ସଫେଇ କର୍ମଚାରୀ ମାନଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୁଗା, ଚଦର,ପୋଷାକ ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ରହି ନିଜ କରମଣ୍ଡଳରେ ବଣ୍ଟନ କରିବା ସହ ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ କର୍ପୋରେଟର ଅନିଲ ନାୟକ, ବାନମ୍ବର ନାୟକ, ଶ୍ୟାମ ସୁନ୍ଦର ନାୟକ, ଦେବେନ୍ଦ୍ର ଘଡେଇ, ପ୍ରଭାକର ନାୟକ, ମନରଞ୍ଜନ ଲିମାଇ, ସୁନୀଲ ନାୟକ, ଜ୍ୟୋତି ଘଡେଇ, ପିତାମ୍ବର ବେହେରା, ଛାତ୍ର ବିଜେଡି ନେତା ଅମିତ ମୁଖି, ବିରେନ୍ଦ୍ର ବେହେରା, ବାଦଲ ବିସୋଇ, ଆଦିତ୍ୟ ମୁଖି, ବିଶାଲ ଘଡେଇ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।