ଚଣ୍ଡିଗଡ: ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଗୁରୁତର ହୋଇଛି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଛି। ମନ୍ତ୍ରୀଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଅମ୍ବାଲା ସ୍ଥିତ ବାସଭବନରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ହେତୁ ଶନିବାର ଦିନ ହେବାକୁଥିବା ଜନତା ଦରବାର କ୍ୟାନସେଲ କରାଯାଇଛି।
ମନ୍ତ୍ରୀ ଅନିଲ ବିଜଙ୍କ ଗଣମାଧ୍ୟମ ସଂଯୋଜକ ବିଜେନ୍ଦ୍ର ଚୌହାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମନ୍ତ୍ରୀ ଅନିଲ ବିଜଙ୍କୁ ଅସୁସ୍ଥତା କାରଣରୁ ଅମ୍ବାଲା ଛାଵନୀ ସ୍ଥିତ ରେଷ୍ଟ ହାଉସରେ ସବୁ ସପ୍ତାହ ଶନିବାର ଦିନ ହେଉଥିବା ଜନତା ଦରବାର ଆଗାମୀ ଶନିବାର ସ୍ଥଗିତ କରାଯାଇଛି।