ଅନ୍ନପୂର୍ଣ୍ଣା ଯୋଜନା ଚାଉଳରୁ ବଞ୍ଚିତା ବିଧବା ହିତାଧିକାରୀ

0 357

ବୌଦ୍ଧ: ନିଃସହାୟ ବ୍ୟକ୍ତିଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ସରକାର ମାସିକ ୧୦ କିଲୋଗ୍ରାମ ଚାଉଳ ଯୋଗାଇ ଦେଇଥାନ୍ତି । ମାତ୍ର ଦୁଃଖର କଥା ପ୍ରାୟ ୨ବର୍ଷ ଧରି ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ଭାବରେ ପ୍ରତିମାସରେ ୧୦ କେଜି ଚାଉଳ ପାଇ ଆସୁଥିବାବେଳେ ଜଣେ ବୃଦ୍ଧା ତଥା ବିଧବା ମହିଳାଙ୍କ ଚାଉଳ କଟିଯିବା ଅତି ଦୁଃଖର କଥା । ଏଭଳି ଅମାନବୀୟ ଘଟଣା ଘଟିଛି ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ସମାପାଜ ଗ୍ରାମର ବୃଦ୍ଧା ତଥା ବିଧବା ମହିଳା ସୁପାରୀ କହଁରଙ୍କୁ ୨୦୧୮ ମସିହାରେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ କରାଯାଇଥିଲା । ବଘିଆପଡା ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକଙ୍କ ଠାରୁ ୨୦୧୯ମସିହା ଡିସେମ୍ବର ମାସ ଯାଏଁ ସେ ୧୦କେଜି ଲେଖାଏଁ ଚାଉଳ ପାଉଥିଲେ । ଲକଡାଉନ ଭଳି ସମୟରେ ଅର୍ଥାତ ୨୦୨୦ ଜାନୁଆରୀ ମାସରୁ ତାଙ୍କୁ ଆଉ ଚାଉଳ ଦିଆଯିବ ନାହିଁ ବୋଲି ଯୋଗାଣ ସହାୟକ କହିବାପରେ ଗତ ୬ମାସର ଚାଉଳ ତାଙ୍କୁ ଆଉ ଦେଲେନାହିଁ । ଯଦ୍ୱାରା ଅସହାୟ ଅବସ୍ଥାରେ ଦୁଇଟି ଛୋଟ ଛୋଟ ନାତିନାତୁଣୀଙ୍କୁ ଧରି ସୁପାରୀ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି ।
ଚାଉଳପାଇଁ ଖାତାଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଧାଉଥିଲେ ମଧ୍ୟ ଯୋଗାଣ ସହାୟକ ଚାଉଳ ଦେଉନଥିବା ଅଭିଯୋଗ କରିଛନ୍ତି । ନୂଆକାର୍ଡ ନକଲେ ଚାଉଳ ଦିଆଯିବ ନାହିଁ ଓ ସରପଞ୍ଚଙ୍କ ସ୍ୱା କ୍ଷରରେ ଥିବା ଖାତା ଆଉ ଚଳିବନାହିଁ ବୋଲି ଜିଆରଏସ୍ କହିବାପରେ କେହି ସାହାରା ନଥିବା ସୁପାରୀ କେମିତି କରିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି । ଏ ଦିଗରେ ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ଯୋଗାଣ ନୀରିକ୍ଷକ ଦୃଷ୍ଟି ଦେବାକୁ ସମାପାଜୁ ଗ୍ରାମବାସୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =