ସେବାର ଅନ୍ୟନାମ ଅନନ୍ୟା ଫାଉଣ୍ଡେସନ

0 120

ଦଶପଲ୍ଲା : ବନ୍ୟା,ବାତ୍ୟା ଝଡି, ବଢି କିମ୍ବା ଅନାଥ ଲୋକଙ୍କ ପାଇଁ ସହାୟତା, ସବୁ କ୍ଷେତ୍ରରେ ଅନନ୍ୟା ଫାଉଣ୍ଡେସନ ସେବା ମନୋବୃତ୍ତି ନେଇ ସହାୟତାର ହାତ ବଢାଇ ଚାଲିଛି । ଏଇ ଦୁଇଦିନ ତଳେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର କୁମାର ରାଉତ ହଠାତ୍‌ ଦିନେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ । ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ପକ୍ଷଘାତ ହୋଇଥିବାର ସୂଚନା ଦେଲେ । ତାଙ୍କର ଚିକିତ୍ସା ପାଇଁ ବହୁତ ଅର୍ଥର ଆବଶ୍ୟକ ଥିବାବେଳେ, ସ୍ତ୍ରୀ ଅନୁପମା ରାଉତ ଜମିବାଡ଼ି ବିକ୍ରି କରି ସ୍ୱାମୀଙ୍କ ଚିକିତ୍ସା କଲେ । ଏହାପରେ ଆହୁରି ଅଧିକ ଟଙ୍କା ଚିକିତ୍ସା ପାଇଁ ଦରକାର ପଡ଼ିବାରୁ ସ୍ତ୍ରୀ ସ୍ୱାମୀଙ୍କୁ ଘରକୁ ଫେରାଇ ଆଣିଲେ । ଶିଶିର ଚିକିତ୍ସା ଅଭାବରୁ ଦିନକୁ ଦିନ ରୋଗାଗ୍ରସ୍ତ ହେବାକୁ ଲାଗିଲେ । ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି । ଶିଶିର ସେବେଠାରୁ ଖଟରେ ଶୋଇ ରହିଛନ୍ତି । ଅନୁପମା ଏକାକୀ ଦୁଇଟି କୁନି ଛୁଆଙ୍କ ପାଠ ପଢ଼ା ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ବୁଝି ବୁଝି ଅସହାୟ ହୋଇପଡିଛନ୍ତି । ଏହି ଖବର ଅନନ୍ୟା ଫାଉଣ୍ଡେସନ ନଜରକୁ ଆସିବା କ୍ଷଣି ଅନନ୍ୟା ଫାଉଣ୍ଡେସନ ତରଫରୁ ତାଙ୍କ ପରିବାରକୁ ଯଥାଶୀଘ୍ର ମାସକ ପାଇଁ ଚାଉଳ, ଡ଼ାଲି, ପରିବା ସହ ପିଲାଙ୍କ ପଢିବା ପାଇଁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି । ଏଭଳି ରାସନ ପ୍ରତି ମାସରେ ଯୋଗାଇ ଦିଆଯିବ ବୋଲି ଅନନ୍ୟା ଫାଉଣ୍ଡେସନ ମୁଖ୍ୟାଳୟରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

nineteen − 13 =