ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ

0 232

ନୂଆଦିଲ୍ଲୀ: ଓମିକ୍ରମ ସଂକ୍ରମମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଲାଗି ରହିଛି । ଏହାର ଦୈନିକ ସଂକ୍ରମଣ ଉଦବେଗଜନକ ଭାବେ ବଢିଚାଲିଛି । ପ୍ରତିଦିନ ଚିନ୍ତା ବଢାଇଲା ଭଳି ପଜିଟିଭ ଚିହ୍ନଟ ହେଉଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ ର୍ମାନ ୧୯୦୦ ମୁହାଁ । ତାସହିତ ଦେଶରେ କରୋନାର ତୃତୀୟ ଲହର ମଧ୍ୟ ଆରମ୍ଭ ହୋଇଗଲାଣି । ଏଭଳି ଏକ ଭୟାବହ ସ୍ଥିତି ଲାଗିରହିଥିବା ବେଳେ ଏବେ କରୋନାର ଆଉ ଏକ ଭାରିଆଣ୍ଟ ଉଭା ହୋଇଛି । ବୈଜ୍ଞାନିକମାନେ ଏହାକୁ ବି,୧.୬୪୦ ବା ଆଇଏଚୟୁ ନାମରେ ନାମିତ କରିଛନ୍ତି । କରୋନାର ଏହି ନୂଆ ଭାରିଆ ପ୍ରାୟ ୪୬ ଥର ରୂପ ବଦଳାଇବାର କ୍ଷମତା ରଖିଛି । ଏହି ଭାରିଆ ଓମିକ୍ରନ୍‌ ଭାଇରସ ଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ ।

hiring

ଫ୍ରାନ୍ସରେ କରୋନାର ଏହି ନୂଆ ଭୂତାଣୁ ଚିହ୍ନଟ କରାଯାଇଛି । ଫ୍ରାନ୍ସର ମାରସେଲରେ ଆଇଏଚୟୁର ୧୨ଟି ମାମଲା ସାମ୍ନାକୁ ଆସିଛି । ଏହି ଭୂତାଣୁ ସେହି ଲୋକଙ୍କଠାରେ ଦେଖାଦେଇଛି ଯେଉଁମାନେ ଆଫ୍ରିକାର କ୍ୟାମରୁନରୁ ଫେରିଥିଲେ । ତେବେ କରୋନାର ଏହି ନୂଆ ଭୂତାଣୁ ଆଇଏଚୟୁ କେତେ ସଂକ୍ରାମକ ହେବ ଏବଂ ଲୋକଙ୍କ ପ୍ରତି ଏହା କେତେ ଘାତକ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଫ୍ରାନ୍ସରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକେ ଓମିକ୍ରନରେ ଆକ୍ରାନ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନାନୁସାରେ, ଫ୍ରାନ୍ସ ବ୍ୟତୀତ ଅନ୍ୟ କୌଣସି ଦେଶରେ ‘ଆଇଏଚ୍‌ୟୁ’ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ ।

hiranchal ad1
Leave A Reply

Your email address will not be published.

five + sixteen =