ଆପୋଲୋ ହସ୍ପିଟାଲ୍‌ରେ କର୍କଟ ରୋଗୀଙ୍କ ପାଇଁ ଯୋଗ ଅଧିବେଶନ ଆରମ୍ଭ

0 61

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍‌ର ଅଙ୍କୋଲୋଜି ବିଭାଗରେ କର୍କଟ ରୋଗୀଙ୍କମାନଙ୍କୁ ଚିକିତ୍ସା ପ୍ରଦାନ ସହିତ ରୋଗୀମାନଙ୍କୁ ଶାରୀରିକ, ଭାବନାତ୍ମକ ଏବଂ ମାନସିକ ସୁସ୍ଥତା ହାସଲ କରିବାରେ ସାହାଯ୍ୟ କରିବା ଏବଂ ଦୁଃଶ୍ଚିନ୍ତାରୁ ଦୂରରେ ରଖିବା ପାଇଁ ନୂଆ କରି ଏକ ଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । “ସୁସ୍ଥ ମନ ଏବଂ ଶରୀର ପାଇଁ ଯୋଗ ଅଧିବେଶନ” ନାମରେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଅଙ୍କୋଲୋଜି ବିଭାଗ ପରିସରରେ ଆରମ୍ଭ ହୋଇଛି । ନଭେମ୍ବର ମାସ ଠାରୁ ସମସ୍ତ ପ୍ରକାର କର୍କଟ ରୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ବୋଲି ଆପୋଲୋ ଡାକ୍ତରଖାନାର ଡାକ୍ତର ଆଲୋକ ଶ୍ରୀବାସ୍ତବ କହିଛନ୍ତି ।
ଅଙ୍କୋଲୋଜି ବିଭାଗର ପରାମର୍ଶଦାତା ଡକ୍ଟର ସୌରଭ ମିଶ୍ର କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଯତ୍ନଶୀଳ ପଦକ୍ଷେପ, ଅଂଶଗ୍ରହଣକାରୀମାନଙ୍କୁ ସଠିକ୍‌ ଯୋଗାସନ ଶିଖାଇବା, ଏହି ମୁଦ୍ରାରେ କିଛି ସମୟ ବସାଇବା ଏବଂ ସଠିକ୍‌ ଶ୍ୱାସକ୍ରିୟା ପ୍ରଣାଳୀ ଶିଖାଇବା ସେମାନଙ୍କ ପାଇଁ ଲାଭଦାୟକ । ଏକ ସାଧାରଣ ଜୀବନ ବିଚିଂବା ନିମନ୍ତେ ବ୍ୟକ୍ତିଙ୍କୁ ଏକ ଆରାମଦାୟକ ପରିବେଶ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।
ସ୍ତନ କର୍କଟ ରୋଗୀଙ୍କ ପାଇଁ ଯୋଗର ଅନେକ ଲାଭ ଅଛି ଯେମିତିକି ଏହା ଥକ୍କାପଣକୁ ହ୍ରାସ କରିଥାଏ, ଜୀବନଶୈଳୀକୁ ଉନ୍ନତ କରିଥାଏ, ବାନ୍ତି ଇତ୍ୟାଦିର ଲକ୍ଷଣକୁ ହ୍ରାସ କରିଥାଏ ଏବଂ ଆରାମ ପ୍ରଦାନ କରିଥାଏ । ସାଧାରଣ ଯୋଗାସନ ଯାହା ଛାତି, ବାହୁ ଏବଂ କାନ୍ଧରେ ଅଧିକ ଚାପ ପକାଏ ନାହିଁ କିନ୍ତୁ ସ୍ତନ କର୍କଟ ରୋଗୀଙ୍କୁ ଏହି ଯୋଗର ଉପାକାରିତା ନିଶ୍ଚିତ ଭାବରେ ଅନୁଭୁତ ହେବ, ବୋଲି ମେଡିକାଲ୍‌ ଅଙ୍କୋଲୋଜି ପରାମର୍ଶଦାତା ଡକ୍ଟର ସ୍ଥିଥି ଦାସ କହିଛନ୍ତି ।
କୋଭିଡ -୧୯ ଉପଯୁକ୍ତ ଆଚରଣ ଅନୁସରଣ କରି, ନିର୍ଦ୍ଦିଷ୍ଟ ଦଳଗୁଡିକୁ ଗଠନ କରି ଏହି ସେବା ପ୍ରଦାନ କରାଯିବ । ଲୋକଙ୍କ ଆଗ୍ରଦ ଅନୁସାରେ ଯଦି ଅବଶ୍ୟକ ହୁଏ ବିଭିନ୍ନ ଦଳଗୁଡିକୁ ସକାଳେ ଏବଂ ସଂଧ୍ୟାରେ ଭିନ୍ନଭିନ୍ନ ସମୟରେ ମଧ୍ୟ ଯୋଗଶିକ୍ଷା ପ୍ରଦାନ କରାଯିବ ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଙ୍କୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଚିନ୍ମୟ ପାଣି ଡାକ୍ତର ସଞ୍ଜୟ ମିଶ୍ର ଏବଂ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty + 10 =