ରତ୍ନ ଭଣ୍ଡାର ଭିତରକୁ ପ୍ରବେଶକଲେ ଏଏସଆଇ ଟିମ୍

0 72

ପୁରୀ : ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ୨୬ ଜଣିଆ ଟିମ୍। ଏହି ଟିମରେ ଅଛନ୍ତି ନ୍ୟାସନାଲ ଜିଓଲଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ,  ଏଏସଆଇ, ବୈଷୟିକ ଟିମ୍ ର ସଦସ୍ୟ। ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ ଅଛି କି, ଏହି ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର ଅଛି କି ତାହା ଅନୁଧ୍ଯାନ କରିବେ। ତା ସହିତ ଭିତର ରତ୍ନଭଣ୍ଡାରର ସ୍ଥିତି, କାନ୍ଥର ସ୍ଥିତି ଅନୁଧାନ କରିବେ। ତା ପରେ ମରାମତି ନିଷ୍ପତ୍ତି ନିଆଯିବ। ଏଏସଆଇର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାମ ହେବ ବୋଲି ଜଷ୍ଟିସ ରଥ କହିଛନ୍ତି। ସେ କହିଛନ୍ତି ଆଜି ପ୍ରାଥମିକ ଅନୁସନ୍ଧାନ ହେବ। ରତ୍ନଭଣ୍ଡାର ମରାମତି ପାଇଁ କଣ ଯନ୍ତ୍ରପାତି ଦରକାର, କେତେ ଲୋକ ଦରକାର, କେଉଁ କ୍ଷେତ୍ରର ବିଶେଷଜ୍ଞ ଦରକାର ସେସବୁ ଅନୁଧ୍ଯାନ କରାଯିବ।

hiring

ଜଷ୍ଟିସ ରଥ କହିଛନ୍ତି, ୭ରୁ ୧୦ ଦିନ ଭିତରେ ପରୀକ୍ଷା ନିରୀକ୍ଷା କରାଯିବ। ତା ପରେ ମରାମତି ନେଇ ହେବ ଅନୁଧ୍ଯାନ। ଏହା ଆଗରୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ASI ର ଉପମହାନିର୍ଦେଶକ, ରତ୍ନଭଣ୍ଡାର ତଦାରଖ କମିଟିର ଅଦ୍ଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ASI  ର କର୍ମକର୍ତ୍ତା, ରତ୍ନ ଭଣ୍ଡାର କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। 

hiranchal ad1
Leave A Reply

Your email address will not be published.

two + twelve =