ଭାରତକୁ ବଡ ଝଟକା, ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା

0 165

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ରେ ଭାରତ ଏହାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସୁପର -୪ ରେ ପ୍ରବେଶ କରିଛି । ଦଳ ପାକିସ୍ତାନ ଏବଂ ହଂକଂ ମଧ୍ୟରେ ବିଜେତା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ, କିନ୍ତୁ ରବିବାର ମ୍ୟାଚ୍‌ ପୂର୍ବରୁ ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଆଣ୍ଠୁରେ ଆଘାତ ଲାଗିଥିବାରୁ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଏସିଆ କପ୍‌ରୁ ବାଦ ପଡିଛନ୍ତି । ଜାଡେଜାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିସିସିଆଇ ଏହା ନିଶ୍ଚିତ କରିଛି ।
ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଚାଲିଥିବା ଏସିଆ କପରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲ୍‌ ଇଣ୍ଡିଆ ସିନିୟର ଚୟନ କମିଟି ଅକ୍ଷର ପଟେଲଙ୍କୁ ଚୟନ କରିଛି । ରବିନ୍ଦ୍ର ଜାଡେଜା ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ପାଇଛନ୍ତି ଏବଂ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ସେ ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାଧାନରେ ଅଛନ୍ତି । ଅକ୍ଷର ଖୁବ୍‌ ଶୀଘ୍ର ଦୁବାଇରେ ଦଳରେ ଯୋଗଦେବେ ।

hiranchal ad1
Leave A Reply

Your email address will not be published.

18 − 2 =