ରାତିରେ ହେଉଥିଲା ଗୋରୁ ଚାଲାଣ

0 27

ସୂଚନା ମତେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ସିଙ୍ଗାଣି ବିଡା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା l ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୧୮ ଗୋଟି ଗୋରୁ ବୋଝେଇ ଏକ ବୋଲେରୋ ପିକଅପ ପୁରୁଣାକଟକ ଥାନା ସିଙ୍ଗାଣି ବିଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା l ଦୁର୍ଘଟଣାରେ ୬ ଗୋଟି ଗୋରୁ ଗୁରୁତର ୧୨ ରୁ ଉର୍ଦ୍ଧ ଆହତ ଥିବା ଜଣାପଡ଼ିଛି l ଖବର ପାଇ ପୁରୁଣାକଟକ ପୁଲିସ ଓ ବ୍ଲକ ପ୍ରାଣୀ ଚିକିତ୍ସାଟିମ ପହଞ୍ଚି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ସହିତ ସମସ୍ତ ଗୋରୁଙ୍କୁ ସାଲାଇନ ଓ ଉତ୍ତମ ଚିକିତ୍ସା ସେବା ଜାରି ରହିଛି ବୋଲି ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରାଙ୍କ ଠାରୁ ସୂଚନା ମିଳିଛି l ଏପଟେ ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଓ ଅନ୍ୟ ଜଣେ ଫେରାର ଥିବା ବେଳେ ପୋଲିସ ଘଟଣା ଗାଡି ଜବତ ସହ ଘଟଣାର ତଦନ୍ତ ଜାରି ରଖିଛି l ସେପଟେ ଦୁର୍ଘଟଣା ସ୍ଥଳରେ ବୌଦ୍ଧ SP ରାଜ ପ୍ରସାଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସମସ୍ତ ଗାଈ ଙ୍କୁ ଗୋ ଶlଳାକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦେଶ ଦେଇଥିଲେ ଓ ସମସ୍ତ ଗାଇଙ୍କୁ ଦନ୍ତlପାଲି ମାହେଶ୍ୱରୀ ଗୋ ଶlଳାକୁ ସ୍ଥାନାନ୍ତରିତ କରାଯାଇଛି I

hiranchal ad1
Leave A Reply

Your email address will not be published.

three × five =