ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀର ମୁଖ୍ୟ ପ୍ରବେଶ ପଥ ଅଠରନଳା

0 20

ପୁରୀ : ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀର ମୁଖ୍ୟ ପ୍ରବେଶ ପଥ ଅଠରନଳା ଓ ତା ସଲଗ୍ନ ବହୁ ପୁରାତନ ମୂଷାନଇ। ଦୁଇ ଦୁଇଟି ଯୋଜନାରେ ଉଭୟ ଅଠରନଳା ସୌନ୍ଦର୍ଯୀକରଣ ଓ ମୂଷା ନଈ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରଯାଇଥିଲେ ମଧ୍ୟ ଅବସ୍ଥା ଯଥାପୂର୍ବ ତଥାପର। ତେବେ ଅଠରନଳା ସୌନର୍ଯ୍ୟକରଣ ଓ ମୂଷାନଇ ପୁନରୁଦ୍ଧାର ନେଇ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବ ରହିଥିବା ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରୁଛନ୍ତି। ପୁରୀର ମୁଖଶାଳା ବା ପ୍ରବେଶପଥ ଐତିହାସିକ ‘ଅଠରନଳା’ ସୌନ୍ଦର୍ଯ୍ୟୀକରଣ ନାଁରେ କିଭଳି ସରକାରୀ ଅର୍ଥକୁ ଚଳୁ କରାଯାଇଛି, ତାର ଚିତ୍ର ଏବେ ବାସ୍ତବରେ ଦେଖିବାକୁ ମିଳିଲାଣି। ଦୁଇ ଦୁଇଟି ଯୋଜନାରେ ଉଭୟ ଅଠରନଳା ସୌନ୍ଦର୍ଯୀକରଣ ଓ ମୂଷା ନଈ ପୁନରୁଦ୍ଧାର ପାଇଁ ଟଙ୍କା ଖର୍ଚ୍ଚ କରଯାଇଥିଲେ ବି ଏହା ପାଣିରେ ପଡ଼ିଛି। ଆନ୍ତରିକତା ଅଭାବ ଓ ଇଚ୍ଛାଶକ୍ତି ଅଭାବରୁ ଏହାର ସୌନ୍ଦର୍ଯ୍ୟ ବିଲୁପ୍ତ ହେବାକୁ ବସିଲାଣି। ସେପଟେ ସୌନ୍ଦର୍ଯ୍ୟୀକରଣ ତ’ ସଂପୂର୍ଣ୍ଣ ଉଜୁଡ଼ିଗଲାଣି, ପ୍ରଶାସନିକ ନଜର ଅଢ଼ୁଆଳରେ ଏହି ଐତିହାସିକ ସ୍ଥାନରବି ମହତ୍ବ ହଜିଯିବାକୁ ବସିଲାଣି। କିଛି ବର୍ଷ ତଳେ ଡ୍ରେନେଜ୍ ବିଭାଗ ଜରିଆରେ ୫ କୋଟି ଟଙ୍କାରେ ମୂଷା ନଈର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥି ପାଇଁ ଦଳ ଓ ପଙ୍କ କାଢ଼ିବ ନିମନ୍ତେ ନୂତନ ମେସିନ୍ ମଧ୍ୟ ଆସି ଏହାକୁ ସଫା କରିଥିଲା। ସୂଚନା ଯୋଗ୍ୟ, ଯେଉଁ ମେସିନ୍ ଏହି ଦଳ ଓ ପଙ୍କ କାଢ଼ିବା ପାଇଁ କାର୍ଯ୍ୟରତ ଥିଲା ତାହା ଦଳ ଓ ପଙ୍କକୁ ସମ୍ପୂର୍ଣ୍ଣ ସଫା କରିଦେବ। ମୂଷାନଈ ନୂଆ ଜୀବନ ପାଇବ। କିନ୍ତୁ ଏହା ଯେ ମିଛ ପ୍ରତିଶୃତି ଥିଲା, ତାହା ଏବେ ଜଳଜଳ ଦିଶୁଛି। ସମ୍ପୂର୍ଣ୍ଣ ମୂଷାନଈ ଏବେ ଦଳରେ ଭର୍ତ୍ତି। ଅନ୍ୟପଟେ ଯେଉଁ ଗରୁଡ଼ ମୂର୍ତ୍ତି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରାଯାଇଥିଲା, ତାହା ଏବେ ଦଳ ଭର୍ତ୍ତି ଜଳ ଭିତରେ ହଜିଯିବାକୁ ବସିଲାଣି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଥିଲେ ଯେ ଖୁବଶୀଘ୍ର ମୂଷାନଇର ପୁନରୁଦ୍ଧାର କରାଯିବ। ସେହିଭଳି ୨୦୨୧ ପହିଲାରେ ପର୍ଯ୍ୟଟକଙ୍କୁ ନୂଆ ରୂପରେ ସ୍ବାଗତ ପାଇଁ ଅଠରନଳାର ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓବିସିସି ଜରିଆରେ ଏ ବାବଦରେ ୧୯ ଲକ୍ଷ ୧୦ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଯେଉଁଥିରୁ କେବଳ ଅଠରନଳାରେ ଆଲୋକସଜ୍ଜା ପାଇଁ ୪ଲକ୍ଷ ୨୦ହଜାର ୨ଶହ ଟଙ୍କା ଖର୍ଚ୍ଚ କରାଯାଇଥିଲା । ସେହିଭଳି ଫୁଲକୁଣ୍ଡ ରଖିବା, ଦଳ କଢ଼ା, ସଫାସୁତରା, ଜଳଫୁଆର କାର୍ଯ୍ୟକ୍ଷମ, ରଙ୍ଗ ଆଦି କାର୍ଯ୍ୟ କରିବାକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ପ୍ରାୟ ଦେଢ଼ ବର୍ଷ ଭିତରେ ୨୦ ଲକ୍ଷ ଟଙ୍କାର ଏହି କାମ ଛାରଖାର ହୋଇଯାଇଛି। ଜଳଫୁଆରତ’ ବହୁଦିନରୁ ଅଚଳ ହୋଇପଡ଼ିଛି, ସେପଟେ ଦଳଭର୍ତ୍ତି ଜଳ ଭିତରେ ଜଳଫୁଆର ସଂପୂର୍ଣ୍ଣ ଲୁଚିଗଲାଣି। ଅଠରନଳା ଚତୁଃପାର୍ଶ୍ବ ଏବେ ଅନାବନା ଗଛର ଜଙ୍ଗଲ ପାଲଟିଛି। ଫୁଲକୁଣ୍ଡର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଅନେକ ସ୍ଥାନରେ ଏସବୁ ଭାଙ୍ଗିଗଲାଣି, ଅନେକ ଫୁଲ ଗଛ ମଧ୍ୟ ମରିଗଲାଣି। ଯେଉଁ ପାର୍କରେ ଘାସର ଗାଲିଚା ବିଛା ଯାଇଥିଲା, ତାହା ଏବେ ଜଙ୍ଗଲ ପାଲଟିଲାଣି। ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ଏଠାରେ ସନ୍ଧ୍ୟା ଗଡ଼ିଲେ ମଦର ଆସର ଜମୁଛି। ତେବେ ପ୍ରଶାସନର ଠିକାଦାର ପ୍ରୀତି ଯୋଗୁଁ ଟଙ୍କା ବାଟମାରଣା ହେବାସହ କାମ ଅବହେଳିତ ହୋଇଥିବା ସ୍ଥାନୀୟ ବାସିନ୍ଦା ମାନେ କହିଥିଲେ। କେବେ ପୁରୀର ପ୍ରବେଶପଥ ଅଠରନଳାର ସୌନ୍ଦର୍ଯ୍ୟକରଣ ହେଉଛି ଓ କେବେ ମୂଷାନଇର ପୁନରୁଦ୍ଧାର କରାଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି I

hiranchal ad1
Leave A Reply

Your email address will not be published.

17 − 9 =