ଆଠମଲ୍ଲିକରେ ବନ୍ଦ୍‌ ପାଳନ ସଫଳ

0 101

ଆଠମଲ୍ଲିକ,୨୭/୯- କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ କୃଷକ ମୋର୍ଚ୍ଚା ଦେଇଥିବା ବନ୍ଦ୍‌ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରି ଉକ୍ତ ବନ୍ଦ ଡ଼ାକରାରେ ସାମିଲ ହୋଇଛି । ଆଜି ଆଠମଲ୍ଲିକ ନଗର କଂଗ୍ରେସର ସଭାପତି କମଳାକାନ୍ତ ପ୍ରଧାନ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସହରର ବିଭିନ୍ନ ସ୍ଥାନରେ ବନ୍ଦ୍‌ ପାଳନରେ ସାମିଲ ହୋଇଥିଲେ । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ, ବ୍ଲକ , କୋର୍ଟ କାର୍ଯ୍ୟ ସମେତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରଖାଯାଇଥିଲା । ଯାନବାହନ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଆଠମଲ୍ଲିକର ସମସ୍ତ ଜନସାଧାରଣ ଏହି ବନ୍ଦକୁ ସହଯୋଗ କରିଥିଲେ । ନଗର କଂଗ୍ରେସର ସଭ୍ୟ ଅନିଲ ପାଣିଗ୍ରାହୀ, ଆଇନଜୀବୀ ଅଜିତ ମହାନ୍ତି , ଘନଶ୍ୟାମ ମହାପାତ୍ର ରେଭେନ୍ସା କଲେଜର ପ୍ରାକ୍ତନ ସଭାପତି ତପନ ମିଶ୍ର, ବଳଦେବ ମହାପାତ୍ର କିଶୋର ମହାକୁଡ, ମନୋଜ ପ୍ରଧାନ, ଦେବବ୍ରତ ପ୍ରଧାନ ,ନରେଶ ରଣଭଇଁସା, ରମାନନ୍ଦ ପାଣିଗ୍ରାହୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ବନ୍ଦ ପାଳନକୁ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

seventeen − 8 =