ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

0 22

ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆର.ସି.ଡ଼ି ନୋଡାଲ ଉଚ ବିଦ୍ୟାଳୟ, ନବରଙ୍ଗପୁର ପ୍ରାଙ୍ଗଣରେ “ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା ଆଇନ ଏବଂ ଶିକ୍ଷା ଅଧିକାର ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଅଧିକାର ଆଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ଅଧକ୍ଷ୍ୟା ଜିଲ୍ଲା ଶିଶୁ କଲ୍ୟାଣ ସମିତି, ନବରଙ୍ଗପୁର ଅଜନ୍ତା ସୁଭଦର୍ଶିନୀ ଶିଶୁ ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ସୁପ୍ରିୟା ନାୟକ, ପ୍ରଧାନ ଶିକ୍ଷକ ଆର.ସି.ଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର, ଆଇନ ଜିବୀ କିଶୋରି ପଟ୍ଟନାୟକ, ଆଇନଜୀବି ରାଜ କିଶୋର ନାଗ ଯୋଗ ଦେଇଥିଲେ। ଏହି ସଚେତନତା ଶିବିରରେ ସୁପ୍ରିୟା ନାୟକ, ପ୍ରଧାନ ଶିକ୍ଷକ ଆର.ସି.ଡ଼ି ନୋଡାଲ ଉଚ୍ଚବିଦ୍ୟାଳୟ, ନବରଙ୍ଗପୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × 4 =