ବବିତା ରାଉଳ ହେଲେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଉପସଭାପତି

0 60

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ତଥା ଏକ୍ସ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଜିଲ୍ଲା ସମ୍ପାଦକ ଥିବା ପ୍ରତାପୁର ଗ୍ରାମର ବବିତା ରାଉଳ ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଉପସଭାପତି ରୂପେ ମନୋନୀତ ହୋଇଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଧାୟିକା ଓ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇପାରିବେ ବୋଲି ଆଶା ରଖିଛନ୍ତି । ବବିତା ରାଉଳ ଜିଲ୍ଲା ମହିଳା ଉପ ସଭାପତି ହୋଇଥିବାରୁ ବ୍ଲକ ଏବଂ ପ୍ରତାପୁର ପଞ୍ଚାୟତର ବହୁ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁ ବବିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 12 =