ରାଜଧାନୀ ଭୁବନେଶ୍ୱରକୁ ଫେରିଲା କଟକଣା, ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଘୋଷଣା

0 101

ଭୁବନେଶ୍ୱର : କିଛିଦିନର ନିରବତା ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ‘କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କରୋନା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରାଜଧାନୀର ଫରେଷ୍ଟ ପାର୍କ ସ୍ଥିତ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ତାହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ଉକ୍ତ ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଉକ୍ତ ଅଞ୍ଚଳମାନଙ୍କରେ ମେଡିସିନ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ବିଏମସି ଯୋଗାଇ ଦେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ନିମ୍ନମୁଖୀ ହେବାରେ ଲାଗିଥିଲା । କିଛି ଦିନ ପରେ ପୁଣି ଥରେ ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସହ କଣ୍ଟେନମେଣ୍ଟ ଜୋନ ଫେରିବା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

twelve − 8 =