ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

0 29

ବାଲେଶ୍ୱର: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ୧୧ ଟି ଡିଏସପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେଉଁନ୍ଦୁଝର ଏବଂ ଫୁଲବାଣୀ ଭଳି ୧୧ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା।

hiring

ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, ଚାରୋଟି ଦାମିକିଆ ହୋମଷ୍ଟେଡ୍ ପ୍ଲଟ୍ ଏବଂ ଏନଭି ହରିହର ରାଓଙ୍କ ନାମରେ ୧ କୋଟିରୁ ଅଧିକ ବ୍ୟାଙ୍କ ଜମା ଥିବା ଜଣାପଡିଛି। 

hiranchal ad1
Leave A Reply

Your email address will not be published.

9 − three =