ବନ୍ୟାର ବର୍ଷେ ପରେ ମଧ୍ୟ ସୁଧୁରିନାହିଁ ରାସ୍ତାଅବସ୍ଥା , ଫସିଲା ଆମ୍ବୁଲାନସ

0 214

ବଲାଙ୍ଗୀର,୮/୮- ଗତବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ବନ୍ୟାକୁ ବର୍ଷେ ପୁରିଯାଇଛି । ରାଜନୀତି ତାତି ଥଣ୍ଡା ହୋଇଛି । କିନ୍ତୁ ବନ୍ୟାରେ ଗାତ ହୋଇଥିବା ଅନ୍ୟତମ ମୁଖ୍ୟ ରାସ୍ତା ସାତମାଇଲରୁ ଜାମଗାଁ ଦୂରାବସ୍ଥା ଯେଷାକୁ ତେଷା । ବଲାଙ୍ଗୀର ସୋନପୁର ଏନ୍‌ ଏଚ୍‌ ସାତମାଇଲ ଠାରୁ ଜାମଗାଁ ରାସ୍ତା ଉପରେ ବହୁ ଗାଁ ଲୋକ ନିର୍ଭରଶୀଳ । ଜାମଗାଁ ଠାରେ ପୁଇଁତଲା ବ୍ଳକର ଏକମାତ୍ର ସିଏଚସି ଅଛି, ଏଣୁ ବ୍ଳକର ସ୍ୱାସ୍ଥ୍ୟ ସେବା ଦୃଷ୍ଟିରୁ ରାସ୍ତାଟି ଗୁରୁତ୍ୱପୂର୍ଣ୍ଣ । ଗତକାଲି ଏକ ଆମ୍ବୁଲାନସ୍‌ କାଦୁଅ ଗାତରେ ଫସିବା ଭଳି ଅଭାବନୀୟ ଦୃଶ୍ୟ ଦେଖାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ, ଲୋଇସିଂହା ବିଧାୟକ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ମାତ୍ର କେଇ ମିଟର ରାସ୍ତା ମରାମତି ହୋଇନାହିଁ । ଏଠାରେ ସୂଚାଇ ଦିଆଯାଏ ଯେ ପୂର୍ବରୁ ମାତ୍ର କିଛି ପଥରଗୁଣ୍ଡ ଓ ମୋରୁମ ପକାଇ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ମରାମତି ନାମରେ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ରାସ୍ତା ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ମୁଖ୍ୟଯନ୍ତ୍ରୀ ସାଧାରଣରେ ପ୍ରକାଶ କରିବାକୁ ଲୋକେ ଦାବି କରୁଛନ୍ତି । ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ଭଳି ରାସ୍ତା ମରାମତି ନାମରେ ପେଟି ଠିକାଦାର କମ୍‌ ଉପନେତା ମାଧ୍ୟମରେ ଏମିତି ଅର୍ଥ ଚଳୁ ହୋଇଛି । ଅଥଚ ହୀନସ୍ଥା ହଟହଟା ହେଉଛନ୍ତି ଜନ ସାଧାରଣ । ରାସ୍ତା ଉପରେ କେବେ ପଡିବ ସେମାନଙ୍କ କୃପା ଦୃଷ୍ଟି ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

19 − 7 =