ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ ରହିଛି ନଜର

0 114

ବଲାଙ୍ଗୀର,୨୩/୧- ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ଜିଲ୍ଲା ପରିଷଦ ଜୋନ-୧୯ ଉପରେ ସମସ୍ତଙ୍କ ନଜର ରହିଛି । କୁଆଡେ ବିଜେଡି ପ୍ରାର୍ଥୀଙ୍କ ୫ଟି ପୁଅଝିଅ ଅଛନ୍ତି ଏବଂ ଶେଷ ସନ୍ତାନର ଜନ୍ମ ୧୯୯୫ ପରେ ହୋଇଛି । ଏଣୁ ସେ ଆଇନତଃ ଅଯୋଗ୍ୟ । ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ ଓ ପରଦିନ ଯାଞ୍ଚ ତଥା ଛୁଟି ଦିନ କାରଣରୁ ପ୍ରମାଣସହ ଅଭିଯୋଗ କରିବାରେ ବିଫଳ ହୋଇଛନ୍ତି ବିପକ୍ଷ । ସେହିପରି ସଇଁତଳା ବ୍ଳକ ଜୁରାବନ୍ଧ, ପାଟଣାଗଡ ତମିଆଁ ସରପଞ୍ଚ ପ୍ରାର୍ଥୀ ତଥା ପୁଇଁତଲା ବ୍ଳକ ବୁବେଲ ପଞ୍ଚାୟତ ୱାର୍ଡ ୧୧ ସଭ୍ୟ ପ୍ରାର୍ଥୀଙ୍କୁ ଏହି ନିୟମରେ ଅଯୋଗ୍ୟ ଘୋଷିତ କରିବାକୁ ଅଭିଯୋଗ ହୋଇଛି । ଜନ୍ମ ମୃତ୍ୟୁ ଓ ପରିବାର ତାଲିକା ଗାଁ ସ୍ତରରେ ଅଙ୍ଗନୱାର୍ଡି କର୍ମୀ ପ୍ରସ୍ତୁତ କରୁଥିବାବେଳେ ତାଙ୍କ ତଥ୍ୟକୁ ଆଧାର କରି ଅଯୋଗ୍ୟ କାହିଁକି ଘୋଷିତ କରାଯିବ ନାହିଁ ? ପ୍ରାର୍ଥୀପତ୍ର ଦାଖଲ ଶେଷଦିନ ଓ ଯାଞ୍ଚ ଦିନ ଧାର୍ଯ୍ୟ ମଧ୍ୟରେ କିଛି ସମୟ ରହିବା ନେଇ ପ୍ରଶ୍ନ ଉଠୁଛି ।

hiranchal ad1
Leave A Reply

Your email address will not be published.

3 × 2 =