ବଲାଙ୍ଗିର,୧/୯ – ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ ସାର ଯୋଗାଣରେ ଅବହେଳା ପ୍ରତିବାଦରେ ଜିଲ୍ଲା ବିଜୁ କୃଷକ ଜନତା ଦଳର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି । । କୋଶଲ କଳା ମଣ୍ଡପ ପଡିଆରୁ ଏକ ବଡ ରାଲିରେ ଶହ ଶହ ଚାଷୀ ଓ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ । ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆବଶ୍ୟକ ଅନୁସାରେ ତୁରନ୍ତ ସାର ଯୋଗାଇବା ଦାବି କରିଥିଲେ । ପ୍ରତିବର୍ଷ ଏ ନିଅଣ୍ଟିଆ ସାର ଯୋଗାଣ କେନ୍ଦ୍ରର ବିଫଳତା ।
ଏହି ସମାବେଶରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ତଥା ବିଜୁ କୃଷକ ଜନତା ଦଳର ସଭାପତି ଅଜୟ ଦାଶ , ଅର୍କେଶ ସିଂହଦେଓ, ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ସାଧାରଣ ସମ୍ପାଦକ ଫିରୋଜ ଖାନ, ବିଜୁ ଯୁବ ଜନତା ଦଳ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଜିଲ୍ଲାର ବିଜେଡ଼ି କର୍ମକର୍ତ୍ତା ଓ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଚାଷୀବୃନ୍ଦ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ କୃଷିନୀତିକୁ କଟୁ ସମାଲୋଚନା କରିଥିଲେ । ସଭାଶେଷରେ ବିଜୁ ଜନତା ଦଳର ନେତୃମଣ୍ଡଳୀବୃନ୍ଦ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।