ବଲାଙ୍ଗୀର୍‌ ଦିନ ପାଳନ ବଢୁଛି ଉତ୍ସାହ ଅନୁଷ୍ଠିତ ହେଲା ଶଙ୍ଖଫୁକା, ମେହେନ୍ଦି ପ୍ରତିଯୋଗିତା

0 322

ବଲାଙ୍ଗୀର,୩୦/୧୦- ଯେତିକି ନଭେମ୍ବର-୧ ପାଖେଇ ଆସୁଛି ସେତିକି ବଲାଙ୍ଗୀର ଦିନ୍‌ ପାଳନ ପ୍ରସ୍ତୁତି ଜମୁଛି । ଲୋକଙ୍କ ଉତ୍ସାହ ମଧ୍ୟ ବଢୁଛି । ଗତକାଲି ଭଳି ଆଜି କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀଙ୍କୁ ପୁଷ୍ପମାଲ୍ୟ ଓ ପୂଜା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମେହେନ୍ଦି ପ୍ରତିଯୋଗିତାରେ ୪୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ହିମାନୀ ତ୍ରିପାଠୀ, ବାସୁଦେବ ମେହେର ଥିଲେ । ଶଙ୍ଖ ଫୁଖା ପ୍ରତିଯୋଗିତାରେ ୨୨ଜଣ ଭାଗ ନେଇଥିଲେ । କବିତା ପଟ୍ଟନାୟକ ଓ ସରିତା ଦାସ ବିଚାରକ ଥିଲେ । ଏହାକୁ ସଂପୂର୍ଣ୍ଣ ଅନୁଷ୍ଠାନର ସଞ୍ଜିିସ ମେହେର, ରଶ୍ମି ପାତ୍ର, ସଞ୍ଜିସ ଶତପଥୀ, ନୀଳମଣି ଶତପଥୀ, ପୁଷ୍ପାଞ୍ଜଳି ମେହେର, ରଶ୍ମିତା ଡାକୁଆ , ମମତା ବେହେରା, ମିଲିଲତା ପଟ୍ଟନାୟକ ପରିଚାଳନା କରିଥିଲେ ।

hiring

ପରବର୍ତ୍ତୀ ସମୟରେ ଆମର ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ଜଣ ମହିଳା ଭାଗନେଇ ବିଭିନ୍ନ ପ୍ରକାରର ପିଠା ମଣ୍ଡା ପରିବେଷଣ କରିଥିଲେ । ବିଚାରକ ଭାବରେ କସ୍ତୁରୀ ରଥ, ପଦ୍ମିନୀ ପାଣିଗ୍ରାହୀ, ଅନୁପ୍ରିୟା ମିଶ୍ର ଥିଲେ । ଏହି କାର୍ଯ୍ୟକ୍ରମକୁ ଭିଲେଜ ଲାଇଫ ଷ୍ଟାଇଲର ଲକି ହୋତା, ଜ୍ୟୋତିଷ ହୋତା, ଅକ୍ଷୟ ସରାଫ ଆୟୋଜନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିଥିଭାବେ ପୌରାଧ୍ୟକ୍ଷା ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ, ସରିତା ବାଗ ଥିଲେ । ଗୋପାଳ ପ୍ରଧାନ, ବିନୋଦ କାଳସାଏ, ନୂତନ ଦାସ, ସୋମନାଥ ମିଶ୍ର, ଅଭିଷେକ ଦାସ, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ଥବିର କର୍ମୀ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ହିରିଓମ ପଟେଲ ପ୍ରମୁଖ ବଲାଙ୍ଗୀର ଦିନ୍‌ ଆୟୋଜକ କମିଟି କର୍ମକର୍ତ୍ତା କାର୍ଯ୍ୟକ୍ରମ ଆୟୋଜନ ପରିଚାଳନା ସହ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

five × one =