ବଲାଙ୍ଗୀର : ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଜିଲ୍ଲା କଂଗ୍ରେସ ତରଫରୁ ଆକ୍ରୋଶ ସମାବେଶ ନାମରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଜନ ଆଶୀର୍ବାଦ ଯାତ୍ରାକୁ ତୀବ୍ର ସମାଲୋଚନା କରିଥିଲେ । ଆଜି ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗୀର ଗସ୍ତରେ ଅଛନ୍ତି । ରେଳସେବା, ଜଳସେଚନ,ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶରେ ପଛୁଆ ଥିବା ସହ ଦରଦାମ ବୃଦ୍ଧି ରୋକିବାରେ ବିଫଳ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଆଶୀର୍ବାଦ ମାଗି ଆସିବା ହାସ୍ୟାସ୍ପଦ ବୋଲି କହିଥିଲେ । ଏ ଅବସରରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ୭ଦଫା ଦାବୀପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦେଇଛନ୍ତି ।