କୋଟଗଡ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ଅଣଦେଖା

0 166

ବାଲିଗୁଡା,୨୬/୮ – କୋଟଗଡ ପଂଚାୟତ ସମିତିରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରି କରାଯାଉଛି ସଭା ସମିତି । ହେଲେ ଗଣମାଧ୍ୟମକୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି । ହେଲେ ସରକାରୀ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ବହନ କରିଥାଏ ଗଣମାଧ୍ୟମ ଏବଂ ସରକାରୀ ବାବୁ ମାନେ ସଠିକ ଭାବେ ସରକାରୀ ନିୟମକୁ ପାଳନ କରୁଛନ୍ତି କି ନା ସର୍ବସାଧାରଣରେ ମଧ୍ୟ ଜାଣିବାର ଆବଶ୍ୟକ ରହିଛି ଓ ଏହାକୁ ସର୍ବସମ୍ମୁଖକୁ ଆଣିବାରେ ଗଣମାଧ୍ୟମ ଏକମାତ୍ର ପନ୍ଥା କିନ୍ତୁ କେଉଁ କାରଣରୁ କୋଟଗଡ ବ୍ଲକରେ ଗଣମାଧ୍ୟମ ବିନା ଓ ବିନା ପ୍ରଚାର ପ୍ରସାରରେ ତାଲିମ ଶିବିର, ସଭା ସମିତି ଆୟୋଜିତ ହେଉଛି ତାହା ପ୍ରଶ୍ନବାଚୀ । ସେହିପରି ଗତକାଲି ଠାରୁ ଏମଜିଏନଆରଇଜିଏ ଯୋଜନାରେ ସମସ୍ତ ପଂଚାୟତର ଜିଆରଏସ, ଗ୍ରାମ ମିତ୍ର, ପ୍ରାଣୀ ମିତ୍ର, ଓଏଲଏମ, ଓରମାସର କାର୍ଯ୍ୟକର୍ତାମାନଙ୍କୁ ୪ଦିନିଆଁ ‘ବୃକ୍ଷଲତା କିପରି ସାଧାରଣ ଜୀବନରେ ଗୁରୁତ୍ୱ ବହନ କରେ ତାକୁ ନେଇ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି କିନ୍ତୁ ଲୁଚି ଛପି ପରିଚାଳନା ପଛରେ ଏପିଓଙ୍କ କି ଉଦ୍ଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମରେ ବିଡିଓ ଉପସ୍ଥିତ ଥାଇ କିଭଳି ଏ ପ୍ରସଙ୍ଗରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇନାହାନ୍ତି ତାହା ଆଶ୍ଚର୍ଯ୍ୟର କଥା ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

3 × five =