ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

0 151

ବାଲିଗୁଡ଼ା,୨୧/୧୨: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଚଳିତବର୍ଷ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଥିବା ଜଣାପଡ଼ିଛି । ଧିରେଧିରେ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି ଜିଲ୍ଲାରେ ।

hiring

ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହେଲେଣି ଅଞ୍ଚଳବାସୀ । ସେପଟେ ଓଡ଼ିଶାର ଭୂସ୍ୱର୍ଗ ଦାରିଙ୍ଗବାଡ଼ିରେ ଶୀତର ମଜା ନେବାସହ ତୁଷାରପାତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି । ଅନ୍ୟପଟେ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାସହ ପିକନିକ୍‌ କରିବାପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

hiranchal ad1
Leave A Reply

Your email address will not be published.

17 − 6 =