ସରକାରଙ୍କ ନିୟମକୁ ଫୁ’, ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

0 217

ବାଲିଗୁଡ଼ା,୨୯/୫:- ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ । ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ନିଜ ମନ ଇଛାରେ କାର୍ଯ୍ୟାଳୟକୁ ଆସୁଛନ୍ତି ଅଧିକାରୀ ଓ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ୍‌ ୨ ତାରିଖରୁ ସମସ୍ତ କାର୍ଯ୍ୟାଳୟ ସକାଳ ୭ ଟା ସମୟରୁ ଦିନ ୧.୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲିବା କଥା । କିନ୍ତୁ ଆଜି ବାଲିଗୁଡ଼ା ପୂର୍ତ୍ତ ବିଭାଗରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନିର୍ଦ୍ଧାରିତ ସମୟରେ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ କାର୍ଯ୍ୟାଳୟର କୌଣସି କିରାଣୀ କାର୍ଯ୍ୟାଳୟକୁ ଆସିନଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଫିଲ୍‌ଡ କର୍ମଚାରୀ ବ୍ୟତୀତ ଗୋଟିଏ ବି କର୍ମଚାରୀ ଆସିନଥିବା ଦେଖିବାକୁ ମିଳିଛି । ଏ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ଆମର କର୍ତ୍ତବ୍ୟ ୭ଟାରୁ ଆସି କାର୍ଯ୍ୟାଳୟ ଖୋଲିଛୁ । କିନ୍ତୁ ଦଶଟା ହେଲାଣି କେହି ଆସିନାହାନ୍ତି । ଫିଲ୍‌ଡ କର୍ମଚାରୀ ୨ ମାସ ହେଲା ଦରମା ପାଇନଥିବାରୁ ଘଟଣା ସମ୍ପର୍କରେ ଆଜି କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କ ନିକଟରୁ ବୁଝିବା ପାଇଁ ଆସିଥିଲେ । କିନ୍ତୁ ଜଣେ ମଧ୍ୟ କର୍ମଚାରୀ ଉପସ୍ଥିତ ନଥିବାରୁ ନିରାଶ ହେବା ସହ,ଆମେ ଦରମା ନପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ କିନ୍ତୁ ଅଧିକାରୀଙ୍କ ଏଥିପ୍ରତି ନିଘା ନାହିଁ ବୋଲି କହିଥିଲେ । ଏହା ଉପରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × two =