ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଘର ଭାଙ୍ଗିଲେ ଉତ୍ୟକ୍ତଲୋକେ

0 116

ବାଲିଗୁଡ଼ା,୧୫/୩- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଜଣକ ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ୱ ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ବୁଦାରା ପ୍ରଧାନଙ୍କ ପରିବାର ସହ । ପୀଡ଼ିତ ପରିବାର ଏବେ ବାଲିଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୁଦାରା ପ୍ରଧାନଙ୍କ ସହ ତାଙ୍କର କିଛି ସମ୍ପର୍କୀୟଙ୍କ ଶତ୍ରୁତା ଲାଗି ରହିଥିଲା । ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେବାସହ ଗାଁରେ ଗତ ପନ୍ଦର ଦିନ ତଳେ ଏକ ବୈଠକ ହୋଇଥିଲା ଏବଂ ଆପୋଷ ବୁଝାମଣା ମଧ୍ୟ ହୋଇଥିବା କହିଛନ୍ତି ବୁଦାରା । କିନ୍ତୁ ସମାଧାନ ସତ୍ତେ୍ୱ ଲୋକଙ୍କର ରାଗ ଥଣ୍ଡା ହୋଇନଥିଲା । ତେବେ ପୁଣି ଶନିବାର ରାତିରେ କିଛି ଯୁବକ ବୁଦାରାଙ୍କ ଘରେ ପହଞ୍ଚିଥିଲେ । ଘର ଚାରିପଟୁ ଘେରି ଯାଇଥିଲେ ଏବଂ ଗାଁରେ ରଖାଇଦେବୁନାହିଁ କହି ତାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ ଗୁଣି ଗାରେଡ଼ିକୁ ଲୋକେ ବିଶ୍ୱାସ କରୁନଥିବାବେଳେ ପୂର୍ବ ଶତ୍ରୁତାକୁ ଫଳପ୍ରଦ କରିବାପାଇଁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି । ବୁଦାରାଙ୍କ ପରିବାର ଏବେ ବାସହରା ହେବାସହ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ନ୍ୟାୟ ପାଇଁ ବାଲିଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

5 × 2 =