ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା
କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

0 367

ବାଲିଗୁଡ଼ା,୨୭/୮:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟଣା ଘଟିଲା । ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ଦାୟିତ୍ୱହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବିକରି ଶବରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ । ଘଟଣା ପ୍ରକାରେ ଗତକାଲି ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ତଳେ ପଡ଼ି ଯାଇ ଅଚେତ ହୋଇପଡ଼ିଥିଲେ । ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍‌ । ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍‌ । ଥାନା ଅଧିକାରୀ ବାବାଶଙ୍କର ସରାଫ୍‌, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ , ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =