ଚାକିରୀ ଛାଡ଼ି ୱାର୍ଡମେମ୍ବର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଏମବିଏ କରିଥିବା ଯୁବକ

0 301

ବାଲିଗୁଡା,୨୨/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲ ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ନିମନ୍ତେ ଜିଲ୍ଲାପରିଷଦ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂଆ, ପୁରୁଣା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ଏମ.ବି.ଏ ପାଠ ପଢ଼ିବା ପରେ ଚାକିରୀ ଛାଡ଼ି ରାଜନିତିରେ ମନବଳାଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡି ଗ୍ରାମପଂଚାୟତର ୬ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ଯୁବକ ଏସ, ସୁନୀଲ କୁମାର ସୁବୁଦ୍ଧି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

hiring

ସୁନୀଲ ୨୦୧୦ ମସିହାରେ ପଞ୍ଜାବ ଟେକନିକାଲ ୟୁନିଭରସିଟି ଜଳନ୍ଧରରୁ ପାସ ଆଉଟ ହୋଇ କେନ୍ଦ୍ର ସରକାରଙ୍କ ଇ ଗଭର୍ଣ୍ଣାନ୍ସରେ କାର୍ଯ୍ୟ କରିବା ସହିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ତୁମୁଡିବନ୍ଧ ସହିତ ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ରେ ୩ବର୍ଷ କାମ କରିଛନ୍ତି । ବର୍ତ୍ତମାନ ସେ ସମସ୍ତ ସରକାରୀ ଓ ବେସରକାରୀ ଚାକିରୀ ଛାଡ଼ି ରାଜନୀତିରେ ପାଦ ଦେଇଥିବା ବେଳେ ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ସେ ରାଜନୀତି ମଇଦାନକୁ ଆସିଥିବା କହିବା ସହିତ ସୁଯୋଗ ମିଳିଲେ ସିମନବାଡି ପଞ୍ଚାୟତର ୬ନମ୍ବର ୱାର୍ଡ ସମେତ ପଞ୍ଚାୟତ ରେ ରହିଥିବା ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ସେ ଶତପ୍ରତିଶତ ଚେଷ୍ଟା କରିବାକୁ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + 8 =