ଅପହୃତ ନାବାଳିକା ଉଦ୍ଧାର,ରସିକିଆ ଟିଉସନ ଶିକ୍ଷକ ଥାନାରେ ଅଟକ

0 452

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୯/୧୦- ଅପହୃତ ନାବାଳିକାକୁ ଉଦ୍ଧାରକଲା ଦାରିଙ୍ଗବାଡି ପୋଲିସ । ଗତ ୧୮ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ନାବାଳିକା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ଥାନା ପୋଲିସ୍‌ କେସ ନମ୍ବର ୧୫୭/୨୦୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ଏବଂ ନାବାଳିକାକୁ ଉଦ୍ଧାର କରିବାକୁ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରୁଥିଲା । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ସାଇବର ଏକ୍ସପୋର୍ଟ ସବ୍‌ଇନ୍ସପେକ୍ଟର ସୌମ୍ୟରଞ୍ଜନ ପଣ୍ଡା ରୀତିମତ ମୋବାଇଲ ଟ୍ରାକିଙ୍ଗ କରୁଥିଲେ । ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ତଥାପି ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ଦିଗଉପରେ ତଦନ୍ତ ଜାରି ରଖିଥିଲା । ନାବାଳିକା ଅପହରଣରେ ସହଯୋଗ କରିଥିବା ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ୍‌ । କୋରାପୁଟ ଜ଼ିଲ୍ଲା ଦାମନଯୋଡି ଅଞ୍ଚଳରେ ଅଭିଯୁକ୍ତ ଟିଉସନ ଶିକ୍ଷକ ସରାଫ ଡିଗାଲ ନିଜର ଜଣେ ସମ୍ପର୍କୀୟଙ୍କ ସହାୟତାରେ ଏକ ଭଡ଼ା ଘରେ ରଖିଥିବା ନେଇ ପୋଲିସ ଖବର ପାଇ ଗୁରୁବାର ମଧ୍ୟରାତ୍ରୀରେ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ପରିବାର ଲୋକେ ନ୍ୟାୟ ପାଇଥିବାରୁ ପରିବାର ଲୋକେ ଦାରିଙ୍ଗବାଡି ପୋଲିସକୁ ସାଧୁବାଦ ଜଣାଇଛନ୍ତି । ଥାନା ଅଧିକାରୀ କୌଶିକ ମାଝୀ ଓ ଏସ ଆଇ ସୋମ୍ୟରଞ୍ଜନ ପଣ୍ଡା ଦାରିଙ୍ଗବାଡି ଅଂଚଳରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ନାବାଳିକା ଅପହରଣ ଘଟଣାରେ ଉଦ୍ଧାର କରିବାରେ ସଫଳହେଉଥିବା ନଜିର ରହିଛି । ଦାରିଙ୍ଗବାଡି ପୋଲିସର କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

9 − seven =