ପୁଣି ନଷ୍ଟ ହେଲା ୧୨କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

0 164

ବାଲିଗୁଡ଼ା,(ହୀ.ପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୨କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ଆଡ଼ିମାହା ଗ୍ରାମପଞ୍ଚାୟତର ସାକୁଶବାଲି ଓ ପାଟାମାହା ଅଞ୍ଚଳରେ ୧୨୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଆଇପିଏସ୍‌ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ ପୋଲିସ୍‌ ଏହି ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି । କନ୍ଧମାଳ ଏସପି ଭିନିତ୍‌ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୯୬୫ ଏକରରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି, ଯାହାର ଆନୁମାନିକ ମୂଲ୍ୟ ୯୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଏହି ଅପରେସନ୍‌ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରିରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଆଇପିଏସ୍‌ ଜି.ରାଘବେନ୍ଦ୍ର ରେଡ୍ଡୀ ।

hiranchal ad1
Leave A Reply

Your email address will not be published.

twelve − 8 =