ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କଲେ ପରିବାର ଲୋକେ

0 168

ବାଲିଗୁଡ଼ା,୮/୫: ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମ୍ଡାସପାଜୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ସୂଚନା ପ୍ରକାରେ ମ୍ଡାସପାଜୁ ଗ୍ରାମର ନିରିଗା ମଲ୍ଲିିକ ନାମକ ଜଣେ ବୃଦ୍ଧ ଗୁଣିଗାରେଡ଼ି କରୁଥିବା ନେଇ ନିରିଗାଙ୍କ ସହ ସେହି ଗ୍ରାମର ରୁଞ୍ଜିଙ୍ଗା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ପୂର୍ବରୁ ଶତ୍ରୃତା ଲାଗି ରହିଥିଲା । ଆଜି ନିରିଗା ଆମ୍ବ ବଗିଚାରେ ଆମ୍ବ ଜଗିଥିବା ସମୟରେ ରୁଞ୍ଜିଙ୍ଗା ସେଠାକୁ ଯାଇ ନିରିଗାକୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା । ସେହି ସମୟରେ ନିରିଗାଙ୍କ ପୁଅ ସେହିବାଟ ଦେଇ ଗାଧୋଇବାକୁ ଯିବାବେଳେ ରକ୍ତାକ୍ତ ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ରୁଞ୍ଜୁଙ୍ଗା ମୋ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ବୋଲି କହିଛନ୍ତି ନିରିଗାଙ୍କ ପୁଅ ଲକ୍ଷ୍ମୀଧର । ସେପଟେ ଘଟଣା ସମ୍ପର୍କରେ ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

twelve + 11 =