ବେଆଇନ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୪୦୭ ଭ୍ୟାନ୍‌ ସହ ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ଜବତ, ଜଣେ ଗିରଫ

0 238

ବାଲିଗୁଡ଼ା,୧୬/୪: ବେଆଇନ୍‌ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ସହ ୪୦୭ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ଗିରଫକରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ପେଟ୍ରୋଲିଂ କରୁଥିବା ସମୟରେ ବୁଡାଗୁଡ଼ା ଅଞ୍ଚଳରୁ ଏକ ମହୁଲ ବୋଝେଇ ତିନି ଟ୍ରକ୍‌ ବାଲିଗୁଡ଼ା ଅଭିମୁଖେ ଆସୁଥିବା ସୂଚନା ମିଳିଥିଲା ପେଟ୍ରୋଲିଂ ଟିମକୁ । ସୂଚନା ପ୍ରକାରେ ଟିମ୍‌ ବାଲିଗୁଡା-ବୁଡାଗୁଡ଼ା ରାସ୍ତାରେ ପେଟ୍ରୋଲିଂ କଡ଼ାକଡ଼ି କରିଥିଲେ । ସେହି ସମୟରେ ବାଦେକେତା ନିକଟରେ ୪୦୭ ପିକ୍‌ଅପ୍‌ ଭ୍ୟାନ୍‌ ଓଆର୍‌ ୧୨ ୨୫୮୬ କୁ ଯାଞ୍ଚ କରିବା ବେଳେ ଭ୍ୟାନ୍‌ରୁ ୧୫ କ୍ୱିଣ୍ଟାଲର ୬୦ କେଜି ବେଆଇନ୍‌ ମହୁଲ ଅବକାରୀ ବିଭାଗ ଜବତ କରିଥିବା ଜଣାପଡ଼ିଛି । ଘଟଣାରେ ଚାଲାଣକାରୀ ଡ୍ରାଇଭର ଆକାଶଦିପ୍‌ ପରିଚ୍ଛାକୁ ଗିରଫକରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ । ସେପଟେ ଜବତ ମହୁଲର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ଏହା ବୁଡାଗୁଡ଼ା ଅଞ୍ଚଳରୁ ରାୟଗଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

8 + eight =