ଭୋଜି ଖାଇବାକୁ ଯିବାବେଳେ ଅଘଟଣ, ଟାୟାର ଫାଟି ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ ୩ ମୃତ, ୩୪ ଗୁରୁତର

0 211

ବାଲିଗୁଡ଼ା,୪/୨: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ୍‌ କୋଟଗଡ଼ ଅଞ୍ଚଳରେ । ଆଜି ଦିନ ପ୍ରାୟ ୧୨ଟା ସମୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା କୁଟିବାଲି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜି ଖାଇବାକୁ ଯିବାବେଳେ ବାଟରେ ଜଗିଥିଲା ଯମ । କୋଟଗଡ଼ ଥାନା ଓରା ଗ୍ରାମପଞ୍ଚାୟତର ଆଟାଲି ଗ୍ରାମରୁ ୬୦ରୁ ଉର୍ଦ୍ଧ୍ୱ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ମଦାଙ୍ଗି ଗ୍ରାମକୁ ଭୋଜି ଖାଇବାକୁ ଆସୁଥିବାବେଳେ କୁଟିବାଲି ଘାଟିରେ ପିକ୍‌ଅପ୍‌ ଭ୍ୟାନ୍‌ର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଭ୍ୟାନ୍‌ଟି ଓଲଟି ପଡିଥିଲା । ଭ୍ୟାନ୍‌ରେ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତମାନଙ୍କୁ ପ୍ରଥମେ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତିନିଜଣ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୧.ଅଟାଲି ଗ୍ରାମର ଜଣେ ୧୯ ବର୍ଷୀୟା ଯୁବତୀ ଅନାମାୟୀ ଗୁଗୁଣ୍ଡ୍ରାମାଝୀ,୨. ୫୦ ବର୍ଷୀୟା ମହିଳା ମେରାଗୁଡାଲୁ ଗୁଣ୍ଡ୍ରାମାଝୀ ଓ ୩. ୩୫ ବର୍ଷୀୟା ମହିଳା ଜସ୍ମିତା ଗୁଣ୍ଡ୍ରାମାଝୀ ହୋଇଥିବା ଜଣାପଡ଼ିଛି । ସେପଟେ ଡାକ୍ତରଖାନାରେ ତିନିଜଣଙ୍କୁ ମୃତ ଘୋଷଣା କରାଯିବା ସହ ୩୪ ଜଣ ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ଆହତମାନଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା କହିଛନ୍ତି କୋଟଗଡ଼ ମେଡ଼ିକାଲ୍‌ ଅଫିସର ଡାକ୍ତର ଦେବନାଥ ଦେ । ଅନ୍ୟପଟେ କିଛିଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି । ଭ୍ୟାନଟିର ଟାୟାର୍‌ ଫାଟିଯାଇଥିବା କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି କୋଟଗଡ଼ ଥାନା ଅଧିକାରୀ ଧିରଜ ଲେଙ୍କା । କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।

hiranchal ad1
Leave A Reply

Your email address will not be published.

twenty − fifteen =