ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ

0 229

ବାଲିଗୁଡ଼ା,୮/୧: କନ୍ଧମାଳ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ସିମନବାଡ଼ିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ସୂଚନା ପ୍ରକାରେ ଗତକାଲି ରାତିରେ ଦାରିଙ୍ଗବାଡି ଥାନା ସାରିଙ୍ଗିର୍ପି ଗ୍ରାମ ନିକଟରେ ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସାରୁମାସାହାର ରତ୍ନାକର ନାୟକ,୩୨(ଦସୁ) ବୋଲି ଜଣାପଡିଛି । ଗତକାଲି ରତ୍ନାକର ଦାରିଙ୍ଗବାଡ଼ିରୁ ସାରୁମାହା ଗ୍ରାମକୁ ମଟର ସାଇକେଲ ଯୋଗେ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଖବରପାଇ ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଅଧିକ ତଦନ୍ତ କରୁଛି ପୋଲିସ୍‌ । ସେପଟେ ଟ୍ରାକ୍ଟର ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚାଲାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଆଜି ସିମନବାଡ଼ିରେ ଚାପା ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ସିମନବାଡି ୫୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିଥିଲେ । ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ଦୀର୍ଘ ୫ଘଣ୍ଟା ପରେ ହଟିଲା ରାସ୍ତାରୋକ ।

hiranchal ad1
Leave A Reply

Your email address will not be published.

2 × 4 =