ଘନଘନ ବୈଠକ ସହ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ ନେତା କରୁଛନ୍ତି ଭୋଟ୍‌ ଭିକ୍ଷା

0 255

ବାଲିଗୁଡ଼ା,୧୬/୩:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିୱେଟ ନେତାଙ୍କ ଘନଘନ ପ୍ରଚାରରେ ଦୁଲୁକୁଛି ସହର । ଭଳିକି ଭଳି ଗୀତସହ ବ୍ୟାନର୍‌ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର । ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଅଙ୍କ କଷୁୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ହେଲେ ପ୍ରଚାର ମୈଦାନରେ ଦୁଇ ଜାତୀୟ ଦଳ ପଛରେ ଥିବାବେଳେ ସବୁଠୁ ଆଗରେ ରହିଛି ଆଞ୍ଚଳିକ ଦଳ ବିଜେଡ଼ି । କନ୍ଧମାଳ ଜିଲ୍ଲାରେ ବିଜୁଜନତା ଦଳର ପଞ୍ଚାୟତିରାଜ, ନଗର ଉନ୍ନୟନ, ପାନୀୟଜଳ, ଆଇନମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ, କର୍ପୋରେଟର ଓ କାଉଁସିଲରଙ୍କ ପାଇଁ ଯୋରଦାର୍‌ ପ୍ରଚାର ଚଳାଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିୱେଟ ନେତାଙ୍କ ପକ୍ଷରୁ ଚାଲିଛି ଘନଘନ ପ୍ରଚାର । ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଅଙ୍କ କଷୁଛନ୍ତି ପ୍ରମୁଖ ତିନି ରାଜନୈତିକ ଦଳ । ହେଲେ ପ୍ରଚାର ମୈଦାନରେ ସବୁଠୁ ଆଗରେ ରହିଛି ବିଜୁ ଜନତା ଦଳ । କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳର ପଞ୍ଚାୟତିରାଜ, ନଗର ଉନ୍ନୟନ, ପାନୀୟଜଳ, ଆଇନ୍‌ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ,କର୍ପୋରେଟର ଓ କାଉଁସିଲରଙ୍କ ପାଇଁ ଯୋରଦାର୍‌ ପ୍ରଚାର ଚଳାଇଛନ୍ତି । ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳରେ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ଦଳୀୟ କାଉଁସିଲର ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ନିକଟରେ ଭୋଟ୍‌ ଭିକ୍ଷା କରିଛନ୍ତି । ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆସାହି ଓ ବନ୍ଧସାହି ନିକଟରେ ଦୁଇଟି ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦଳୀୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ,ସାଂସଦ ଓ ବିଧାୟକଙ୍କୁ ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ଦଳ ଏବଂ ଏହାପରେ ପ୍ରଥମେ ନୂଆସାହି ବରାଳଦେବୀ ମନ୍ଦିର ନିକଟରେ ପହଁଚି ରାଜ୍ୟସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ କିଭଳି କରୁଛନ୍ତି ଏବଂ ସାଢେ ଚାରିକୋଟି ଜନତାଙ୍କୁ ନିଜ ପରିବାର ଭାବି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝୁଛନ୍ତି ସେନେଇ ଜନସାଧାରଣଙ୍କୁ ଅବଗତ କରାଇବା ସହ (୧ ରୁ ୭) ସାତୋଟି ୱାର୍ଡର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ମନ୍ତ୍ରୀ ଓ ସାଂସଦ । ଏହାପରେ ବନ୍ଧସାହି ନିକଟରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ମନ୍ତ୍ରୀ ଓ ସାଂସଦ । ସେଠାରେ ୬ଟି (୮ରୁ୧୩)ୱାର୍ଡର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ମନ୍ତ୍ରୀ । ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏହି ବିଶାଳ ଜନ ସମାଗମ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଯେଉଁଭଳି ସବୁ ବ୍ଲକ୍‌ ଦଖଲ କରିବାକୁ ସକ୍ଷମ ହୋଇଥିଲା ଏବଂ ବହୁ ସଂଖ୍ୟକ ଜିଲ୍ଲା ପରିଷଦ ପଦବୀ ଦଖଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିଛି ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ପାଇଁ ସମ୍ଭବ ହୋଇଇପାରିଛି । ଅନ୍ୟପଟେ ପୁଣି ଥରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ବିପୁଳ ଭୋଟରେ ବିଜୟ ଲାଭ କରିବ ଏବଂ ଲୋକଙ୍କ ସେବା କରିବ ବୋଲି କହିଛନ୍ତି ଟୁନା ଦାସ । ଏହି ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ଓ ସାଂସଦଙ୍କ ସମେତ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,ସହ ପର୍ଯ୍ୟବେକ୍ଷକ କିଶୋର ମେହେର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ ସାହୁଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ଓ ଯୁବନେତା ଓ ଶତାଧିକ କର୍ମୀ ସାମିଲ୍‌ ହୋଇଥିଲେ । କଂଗ୍ରେସର ଗଡ଼ ଭାବେ ପରିଚିତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବ୍ଲକ୍‌ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଦଳ ଲଗାତାର ବିଜୟ ହାସଲ କରିବାରେ ଲାଗିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନ ପୌର ନିର୍ବାଚନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଦଳ ଯୋରଦାର୍‌ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

2 × five =