ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି: ନକ୍ସଲ ସହିଦ୍‌ ସପ୍ତାହ ବଦଳରେ ନକ୍ସଲ ମୁକ୍ତ ସପ୍ତାହ ପାଳିବାକୁ ନିବେଦନ

0 150

ବାଲିଗୁଡ଼ା,୨୭/୭: ନକ୍ସଲ ସହିଦ ସପ୍ତାହ ନୁହେଁ , ୨୯ ଜୁଲାଇରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜନତା ପାଳିବେ ନକ୍ସଲ ମୁକ୍ତ ସପ୍ତାହ । ବହୁତ ହେଇଗଲା ମାଓବାଦୀ ତୁମ ଏ ସହିଦ ସପ୍ତାହ ପାଳନ , ଏଥର ଆମେ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । କଣ ପାଇଁ ନିରୀହ ଜନତା ପ୍ରତ୍ୟେକ ବର୍ଷ ପାଳନ କରିବେ ତୁମ ଏ ସହିଦ୍‌ ସପ୍ତାହ ? ଦୀର୍ଘ ୫୦ ବର୍ଷ ନକ୍ସଲ ଆନ୍ଦୋଳନ ଜରିଆରେ କଣ ଲାଭ ହୋଇଛି ସେ ଗରିବ ସାଧାରଣ ଜନତାର ? ଆମକୁ ପୁଲିସ ସୂଚନାଦାତା କହି ହତ୍ୟା କରୁଥିବା ନକ୍ସଲ କେମିତି ଆମ ପାଇଁ ସହିଦ ? ବହୁତ ହେଇଗଲା ତୁମ ଏ ସହିଦ ସପ୍ତାହର ନାଟକ । ଏଥର ନକ୍ସଲ ସହିଦ ସପ୍ତାହ ନୁହଁ , ଆମେ ଜୁଲାଇ ୨୯ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । ରାଜ୍ୟର ସମସ୍ତ ସାଧାରଣ ଜନତାଙ୍କୁ ବିନୀତ ଅନୁରୋଧ କି ସେମାନେ ଚୀନର ପୋଷା କୁକୁର ନକ୍ସଲଙ୍କ ଏ ସହିଦ ସପ୍ତାହ ପାଳନ ବର୍ଜନ କରନ୍ତୁ ଏବଂ ନକ୍ସଲ ମୁକ୍ତ ସପ୍ତାହକୁ ସଫଳ ବନାନ୍ତୁ । ନକ୍ସଲ ସାବଧାନ ହୋଇଯାଅ , ଏ ଦେଶ ତୁମ ବାପାର ନୁହଁ ଯେ ଯାହା ଚାହିଁବ ତାହା କରିବ । ବାରମ୍ବାର ଭାରତ ବନ୍ଦ , ରାଜ୍ୟ ବନ୍ଦ , ସହିଦ ସପ୍ତାହ , ପିଏଲଜିଏ ସପ୍ତାହ ଆହ୍ୱାନ ଦେବା ବନ୍ଦକର ନଚେତ ପରିଣାମ ଭୟଙ୍କର ହେବ । ଜନତାଙ୍କୁ ବିନୀତ ଅନୁରୋଧ ନକ୍ସଲ ମୁକ୍ତ ସପ୍ତାହକୁ ସଫଳ ବନାନ୍ତୁ ଏବଂ ସହଯୋଗ କରନ୍ତୁ ଏବଂ ନକ୍ସଲ ମୁକ୍ତ ଓଡିଶା , ବିକଶିତ ଓଡିଶା ଗଠନ କରନ୍ତୁ ବୋଲି ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ଆବାହକ ଭାରତ ଭୂଷଣ ।

hiranchal ad1
Leave A Reply

Your email address will not be published.

four × 3 =